ପ୍ରେମ, ବିଶ୍ୱାସଘାତକତା ଓ ହତ୍ୟା ଉଦ୍ୟମ । ପ୍ରେମିକା ଉପରେ କାର ଚଢ଼ାଇଲା ପ୍ରେମିକ, ଠାଣେରୁ ଆସିଲା ଉନ୍ମୋତକାଣ୍ଡ ମାମଲା

211

କନକ ବ୍ୟୁରୋ : ସାଢ଼େ ଚାରିବର୍ଷ ସମ୍ପର୍କରେ ସେତିକି ବେଳେ ଫାଟ ଆସିଥିଲା ଯେବେ ପ୍ରେମିକ ଚାହିଁଥିଲା ପ୍ରେମିକାର ବିଶ୍ୱାସରେ ବିଷ ଦେଇ ଫେରାର ହେବାକୁ । କଳେବଳେ କୌଶଳେ ଯୁବତୀଙ୍କ ଧୋକା ଦେବାକୁ । କିନ୍ତୁ ଶେଷ ସମୟରେ ସବୁ ଓଲଟପାଲଟ ହୋଇଯାଇଥିଲା ଯେବେ ନିଜ ପ୍ରେମିକକୁ ସ୍ତ୍ରୀଙ୍କ ସହ ଏକାଠି ଦେଖିବାକୁ ପାଇଥିଲେ ଯୁବତୀ । ପ୍ରେମିକାର ସହେନ୍ଦ ଦୃଷ୍ଟିରୁ ବଂଚିପାରିନଥିଲା ଧୋକେବାଜ ପ୍ରେମିକ ଓ ଆଉ ଶେଷରେ ଧରାପଡିଥିଲା । । ବାସ ଏଠାରୁ ହିଁ ପ୍ରେମିକରୁ ପିଶାଚ ପାଲଟିଥିଲା ମୁମ୍ବାଇ ଠାଣେର ଅଶ୍ୱଜିତ ଗାୟକୱାଡ । ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ସର୍ବ ସମ୍ମୁଖରେ ନିସ୍ତୁକ ମାଡ଼ ମାରିବା ସହ କାର ଚଡ଼ାଇଥିବା ଭଳି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ।

ବିବାହିତ ହୋଇ ମଧ୍ୟ ଅଶ୍ୱତିଜ ସାଢେ ଚାରି ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସର୍ମ୍ପକ ରଖି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା । ସ୍ତ୍ରୀଠୁ ଛାଡପତ୍ର ନେଇ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇ ଆସୁଥିଲେ । ସେପଟେ ହତ୍ୟା ଶିକାର ହୋଇଥିବା ପ୍ରେମିକାଙ୍କ ଗୁରୁତର ଅବସ୍ଥାରେ ଡକ୍ତରଖାନାରେ ଚାଲିଛି ଚିକିତ୍ସା । ଭଙ୍ଗା ହାତ ଗୋଡ, ଅଂଶ ହାଡର ଅସ୍ତ୍ରୋପଚାର କରାଯାଇଛି । ସୂଚନା ଅନୁସାରେ ପୀଡିତା ଜଣେ ଇନଷ୍ଟାଗ୍ରାମ ଇନଫୁଲଏନ୍ସର । ଆଉ ଅଭିଯୁକ୍ତ ମୁମ୍ବାଇର ଜଣେ ପ୍ରଶାସନିକ ଅଧିକାରୀଙ୍କ ପୁଅ । ପୂର୍ବରୁ ବିବାହିତ ହୋଇ ମଧ୍ୟ ପୀଡିତାଙ୍କ ସହ ଦୀର୍ଘ ଦିନର ଲିଭଇନ ସର୍ମ୍ପକରେ ରହି ଆସୁଥିଲେ । ମାମଲା ରୁଜୁ ହେବା ପରେ ୩ଟି ଧାରାରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆକ୍ରମଣର ୫ଦିନ ପରେ ଘଟଣା ସାମ୍ନାକୁ ଆସିଛି । ପୀଡିତା କହିଛନ୍ତି ସବୁ ଘଟଣାକୁ ଭୁଲି ସେ ଅଶ୍ୱଜିତଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ଥିଲେ ଓ ତାଙ୍କ ଫେରିବା ବାଟାକୁ ଅପେକ୍ଷା କରିଥିଲେ । କିନ୍ତୁ ବର୍ତମାନ ତାଙ୍କୁ ଓ ତାଙ୍କ ପରିବାରକୁ ବାରମ୍ବାର ହତ୍ୟା ଧମକ ମିଳିବା ପର ସେ ସୋସିଆଲ ମିଡିଆର ସାହାରା ନେଇଥିଲେ । ତେଣୁ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ପୋଷ୍ଟ କରି ପୁଲିସର ସାହାର୍ଯ୍ୟ ଲୋଡିଥିଲେ । ତୁରନ୍ତ ତାଙ୍କୁ ପୁଲିସ ସହାୟତା ମଧ୍ୟ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ, ମହାରାଷ୍ଟ୍ରମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ, ଶିବସେନା ନେତା ଆଦିତ୍ୟ ଠାକରେ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟ୍ୟାଗ କରି ନିର୍ଯ୍ୟାନତା ଓ ଆକ୍ରମଣ ଘଟଣାର ଲେଖା ଏବଂ ଭିଡିଓ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି ପୀଡିତା