ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର ଅକ୍ଷର ପଟେଲ । ମେହାଙ୍କୁ କଲେ ଜୀବନସାଥୀ

719

କନକ ବ୍ୟୁରୋ: କ୍ରିକେଟର କେଏଲ ରାହୁଲଙ୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅକ୍ଷର ପଟେଲ । ଗୁରୁବାର ଭଦୋଦାରାରେ ମେହା ପଟେଲଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ପାରମ୍ପରିକ ରୀତିନୀତିରେ ଦୁହିଁଙ୍କ ବିବାହ ଧୁମଧାମରେ ହୋଇଛି ।

ଅକ୍ଷର ପଟେଲ ଓ ମେହାଙ୍କ ମଧ୍ୟରେ ଗତ ବର୍ଷ ଜାନୁଆରୀ ନିର୍ବନ୍ଧ ହୋଇଥିଲା । ଅକ୍ଷରଙ୍କ ପତ୍ନୀ ହୋଇଥିବା ମେହା ପେଶାରେ ଜଣେ ଡାଏଟିସିଆନ୍ । ମେହା ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ । ଦୁହିଁଙ୍କ ନିର୍ବନ୍ଧ ହେବା ପରେ ସୋସିଆଲ ମିଡିଆରେ ଦୁହିଁଙ୍କର ଅନେକ ଫଟୋ ଦେଖିବାକୁ ମିଳୁଥିଲା ।