ଅଭିନେତା ଅନୁ କପୁର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ।

140

କନକ ବ୍ୟୁରୋ: ଗୁରୁବାର ଭୋର ସମୟରେ ବରିଷ୍ଠ ଅଭିନେତା ଅନୁ କପୁରଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥାବସଥା ସ୍ଥିର ଥିବା କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ ବଟ୍ଟଲ ।

ଅନୁ କପୁରଙ୍କ ମ୍ୟାନେଜରଙ୍କ ସୂଚନା ମୁତାବକ, ତାଙ୍କୁ ଚେଷ୍ଟ କଞ୍ଜେସନ୍ ହୋଇଥିଲା । ଯେଉଁଥିପାଇଁ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କ ଅବଜରଭେସନରେ ରଖାଯାଇଛି । ହେଲେ ତାଙ୍କ ସ୍ୱାସ୍ଥାବସ୍ଥା ଭଲ ଥିବା କୁହାଯାଇଛି ।