ଚୀନ , ପାକିସ୍ତାନ ସୀମାରେ ଗର୍ଜିବ ରାଫେଲ ଓ ମିରାଜ । ଆଜିଠୁ ଭାରତର ଯୁଦ୍ଧାଭ୍ୟାସ ‘ତ୍ରିଶୂଳ’ ଆରମ୍ଭ

184

କନକ ବ୍ୟୁରୋ: ଖୁବଶୀଘ୍ର ଦିଳ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହା ସାଙ୍ଗକୁ ଆଜିଠୁ ଭାରତୟ ବାୟୁସେନା ଆରମ୍ଭ କରୁଛି ଯୁଦ୍ଧାଭ୍ୟାସ । ପାକିସ୍ତାନ ଓ ଚୀନ ସୀମାରେ ଗର୍ଜିବ ରାଫେଲ, ମିରାଜ ପରି ଲଢୁଆ ବିମାନ । ଆଜିଠାରୁ ୧୦ ଦିନ ଯାଏଁ ସମରାଭ୍ୟାସ ‘ତ୍ରିଶୂଳ’ ଜାରି ରଖିବ ବାୟୁସେନା । ଏହାକୁ ପରିଚାଳନା କରୁଛନ୍ତି କମାଣ୍ଡୋ ଗରୁଡ ।

ଏହା ଏତେ ଦମଦାର ହେବ ଯେ ଲାଗିବ ପ୍ରକୃତରେ ଭାରତ କୌଣସି ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଭାରତର ଉତ୍ତର ସୀମାର ୧୪୦୦ କିଲୋମିଟର ଅନ୍ତର୍ଗତ କାଶ୍ମୀର, ଲଦାଖ, ସିକ୍କିମ , ଅରୁଣାଚଳପ୍ରଦେଶର ପରିସୀମା ମଧ୍ୟରେ ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇବ । ଏଥିରେ ଲଢୁଆ ବିମାନ ରାଫେଲ, ମିରାଜ, ସୁଖୋଇ ପରି ଭୟାନକ ଲଢୁଆ ବିମାନ ସହ ଯୁଦ୍ଧର ସମସ୍ତ ରଣକୌଶଳ ପ୍ରଦର୍ଶନ କରାଯିବ ।

ପ୍ରାକ୍ ସୂଚନା ମୁତାବକ, ଏହାପରେ ଅକ୍ଟୋବର, ନଭେମ୍ବରରେ ଭାରତୀୟ ବାୟୁସେନା ‘ତରଙ୍ଗ ଶକ୍ତି’ ନାମକ ବହୁପକ୍ଷିୟ ଯୁଦ୍ଧାଭ୍ୟାସ ଆୟୋଜନ କରିବାକୁ ଯାଉଛି । ଏଥିରେ ଫାଇଟର ଜେଟ୍, ସୈନ୍ୟ ପରିବହନ ବିମାନ, ଆକାଶରେ ଇନ୍ଧନ ଭରୁଥିବା ବିମାନ, ଓ ଏୟାରବର୍ଣ୍ଣ ୱାର୍ଣ୍ଣିଙ୍ଗ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ (—) ଏୟାରକ୍ରାଫ୍ଟ ମଧ୍ୟ ସାମିଲ ହେବେ । ଏଥିରେ ବିଶ୍ୱର ୬ଟି ଶକ୍ତିଶାଳୀ ଭାଗ ନେବେ ।