ଚନ୍ଦ୍ରଯାନ : ଇସ୍ରୋକୁ ବଡ଼ ସଫଳତା; ଚନ୍ଦ୍ରପୃଷ୍ଠରେ ଦ୍ୱିତୀୟ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ, ଟ୍ୱିଟରରେ ଭିଡ଼ିଓ ସେୟାର କଲା ଇସ୍ରୋ

583

କନକ ବ୍ୟୁରୋ : ଇସ୍ରୋକୁ ମିଳିଲା ବଡ଼ ସଫଳତା । ମାନବ ମିଶନରେ ହେବ ସହାୟକ । ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଟକୁ ସଫଳତା ପୂର୍ବକ ପୁରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଲ୍ୟାଣ୍ଡର ବିକ୍ରମ ନିଜର ଇଞ୍ଜିନ ନିଜେ ଷ୍ଟାର୍ଟ କରି ୪୦ ସେଂଟିମିଟର ଉପରକୁ ଉଠିବା ପରେ ସଫ୍ଟ ଅବତରଣ କରିଛି । ବ୍ରିକମ ୪୦ ସେଟିଂମିଟର ଉପରକୁ ଉଠିବା ସହ ୩୦ରୁ ୪୦ ସେଣ୍ଟିମିଟର ଦୂରତାରେ ପୁଣି ସୁରକ୍ଷିତ ଅବତରଣ ମଧ୍ୟ କରିଛି । ଫଳରେ ଚନ୍ଦ୍ରପୃଷ୍ଠକୁ ମାନବ ମିଶନ ପାଇଁ ଆଶା ଉଜ୍ଜିବୀତ ହୋଇଛି । ଆଗମୀ ଦିନରେ ଚନ୍ଦ୍ରପୃଷ୍ଠକୁ ମଣିଷ ଯାଇ ଫେରିପାରିବାର ଆଶା ସୃଷ୍ଟି ହୋଇଛି ।

ମାନବ ମିଶନରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିସହ ଚନ୍ଦ୍ରପୃଷ୍ଠରୁ କୌଣସି ନମୂନା ପୃଥିବୀ ପୃଷ୍ଠକୁ ଆଣିବାରେ ଏହା ସହାୟକ ହେବ ବୋଲି ମଧ୍ୟ ଇସ୍ରୋ କହିଛି । ଲ୍ୟାଣ୍ଡର ବିକ୍ରମର ସମସ୍ତ ପାର୍ଟ ସୁରକ୍ଷିତ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ପେ-ଲୋଡରେ ମୁତୟନ ଥିବା ରାମ୍ପ, ଚାଷ୍ଟେ, ଇଲସା ପୁନର୍ବାର ସଫଳତାର ମୁତୟନ କରଯାଇଛି ।