ବ୍ୟାଡମିଣ୍ଟନରେ ଭାରତକୁ ହ୍ୟାଟ୍ରିକ ସ୍ୱର୍ଣ୍ଣ: ଡବଲ୍ସରେ ସ୍ୱର୍ଣ୍ଣ ଜିତିଲେ ସାତ୍ୱିକ-ଚିରାଗଙ୍କ ଯୋଡି

92

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ଦେଶ ପାଇଁ ସ୍ୱର୍ଣ୍ଣ ଜିତିଲେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ । ସାତ୍ୱିକ ଓ ଚିରାଗଙ୍କ ଯୋଡି ଫାଇନାଲରେ ଇଂଲଣ୍ଡର ଲେନ ବେନ ଓ ସିନ ମେଣ୍ଡିଙ୍କୁ ୨୧-୧୫, ୨୧-୧୩ରେ ମାତ ଦେଇଥିଲେ । ସାତ୍ୱିକ ଓ ଚିରାଗଙ୍କ ଯୋଡି ସେମିଫାଇନାଲରେ ମାଲେସିୟାର ଚେନ ପେଙ୍ଗ ସୁନ ଓ ଟେନ କିୟାନ ମେଙ୍ଗଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଥିଲେ ।

ଏବେ ଯାଏଁ ଭାରତ ୬୦ ପଦକ ପାଇ ସାରିଲାଣି । ସେଥିରେ ୨୨ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି । ଆଜି ଗୋଟିଏ ଦିନରେ ଭାରତ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହ ଟେବୁଲ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି ।