ରୋମାଞ୍ଚକର ସ୍ଥତିରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ । ଜନି ବେୟାଷ୍ଟ୍ରୋ ଏବଂ ଜଏ ରୁଟ୍ ଦେଢ ଶହ ରନର ପାଟର୍ନରସିପ୍ ଯୋଗୁ ମଜଭୁତ ସ୍ଥିତିରେ ଇଂଲଣ୍ଡ

213

କନକ ବ୍ୟୁରୋ : ଭାରତ ହାତରୁ ମ୍ୟାଚ ଛଡାଇ ନେଲେ ଜନି ବେୟାଷ୍ଟ୍ରୋ ଏବଂ ଜଏ ରୁଟ୍ । ୧୦୦ ରନରେ ତିନି ୱିକେଟ୍ ହରାଇ ପଛରେ ପଡିଯାଇଥିବା ଘରୋଇ ଟିମ୍ର ଏହି ଦୁଇ ବ୍ୟାଟର ଦେଢ ଶହ ରନର ପାଟର୍ନରସିପ୍ କରି ଦଳକୁ ବିଜୟର ଦ୍ୱାର ଦେଶରେ ପହଂଚାଇ ଦେଇଛନ୍ତି । ଇଲଂଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ୍ର ୫ମ ମ୍ୟାଚର ଚତୁର୍ଥ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ତିନି ୱିକେଟ୍ ହରାଇ ୨୫୯ ରନ ସଂଗ୍ରହ କରିନେଇଛି । ଘରୋଇ ଦଳକୁ ଜିତିବା ପାଇଁ ଶେଷ ଦିନରେ ମାତ୍ର ୧୧୯ ରନର ଆବଶ୍ୟକତା ରହିଛି । ଭାରତ ଦ୍ୱିତୀୟ ପାଳିରେ ମୋଟ ୨୪୫ ରନ କରି ଅଲଆଉଟ ହୋଇଥିବା ବେଳେ ପ୍ରଥମ ପାଳିର ଲିଡକୁ ମିଶାଇ ମୋଟ ୩୭୮ ରନର ଟାର୍ଗେଟ ଦେଇଥିଲା ।
ପ୍ରଥମରୁ ଇଂଲଣ୍ଡ ଭଲ ବ୍ୟାଟିଂ କରିଥିଲେ ବି ୧୦୭ରୁ ୧୦୯ ରନ ମଧ୍ୟରେ ତିନିଟି ୱକେଟ୍ ହରାଇଥିଲା । ପରେ ଜନି ବେୟାଷ୍ଟ୍ରୋ ଏବଂ ଜଏ ରୁଟ୍ ୭୨ ଏବଂ ୭୬ ରନ କରି ଦଳକୁ ମଜଭୁତ ସ୍ଥତିକୁ ନେଇ ଆସିଛନ୍ତି । ଇଂଲଣ୍ଡ ୨୫୯ କରିଥିବା ବେଳେ ଜିତିବାକୁ ଆଉ ୧୧୯ ରନ ଆବଶ୍ୟକ କରୁଛି । ଅଧିନାୟକ ଯଶପ୍ରୀତ ବୁମରା ଭଲ ବୋଲିଂ କରି ଦୁଇଟି ୱିକେଟ ନେଇଥିବା ବେଳେ ଭାରତର ଅନ୍ୟ କୌଣସି ବୋଲର ସଫଳତା ପାଇ ନାହାଁନ୍ତି । ଭାରତକୁ ଜିତିବାକୁ ହେଲେ ୭ ଟି ୱିକେଟର ଆବଶ୍ୟକତା ରହିଛି । ଯଦି ପଂଚମ ଦିନରେ ଖେଳ ଆରମ୍ଭରୁ ଭାରତ ବୋଲରମାନେ ସଫଳତା ପାଆନ୍ତି ତେବେ ଭାରତ ଜିତିପାରିବ ।