ଭାରତ ଦେଖାଇଲା ବଡପଣ, ଯୁଦ୍ଧକୁ ସାମ୍ନା କରୁଥିବା ଗାଜାକୁ ପଠାଇଲା ଖାଦ୍ୟ ଓ ଔଷଧ

130

କନକ ବ୍ୟୁରୋ: ହମାସ୍ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭିତରେ ପାଲେଷ୍ଟାଇନକୁ ସାହାଯ୍ୟ ପଠାଇଛି ଭାରତ । ଗାଜାରେ ଯୁଦ୍ଧର ଭୟାବହ ପରିଣାମ ଭୋଗି ଅସହାୟ ହୋଇ ରହିଥିବା ଲୋକଙ୍କ ପାଇଁ ବାୟୁସେନର ବିମାନରେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛନ୍ତି ଭାରତ ସରକାର । ଶନିବାର ଜାତିସଂଘ ପକ୍ଷରୁ ପାଖାପାଖି ୨୦ ଟି ଟ୍ରକ୍ ଗାଜା ଷ୍ଟ୍ରିପକୁ ରିଲିଫ୍ ନେଇ ଯୋଗାଇବା ପରେ ଏବେ ବିଶ୍ୱ ସମୁଦାୟ ଗାଜା ବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି ।

ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହଯାଇଛି ଯେ, ପାଲେଷ୍ଟାଇନବାସୀଙ୍କ ପାଇଁ ଭାରତୀୟ ବାୟୁସେନାର ସି-୧୭ ଦ୍ୱାରା ସହାୟତା ପଠାଯାଇଛି । ଏଥିରେ ଜୀବନ ରକ୍ଷକ ଔଷଧ, ସର୍ଜିକାଲ ସାମ୍ରଗୀ, ତମ୍ବଚୁଳ ସ୍ଲିପିଙ୍ଗ ବ୍ୟାଗ୍, ତିରପାଲ, ପାଣିକୁ ବିଶୁଦ୍ଧ କରିବାକୁ ଔଷଧ ଆଦି ପଠାଯାଇଛି । ବିମାନ ମିଶର ସୀମା ଦେଇ ଯାଇଥିବା ସୂଚନା ରହିଛି ।