ଦେଶରେ ୫୫ ହଜାର ଟପିଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୫୮ ହଜାର ୯୭ ପଜିଟିଭ ଚିହ୍ନଟ

142

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମିତ ମାମଲାରେ ବଢିବାରେ ଲାଗିଛି । ଗତ ୨୪ ଘଂଟ ମଧ୍ୟରେ କରୋନା ମାମଲା ୫୫ ଦଶମିକ ୪ ପ୍ରତିଶତ ବୃଦ୍ଧି ପାଇଛି । ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୮,୦୯୭ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୫୩୪ ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୦,୧୮,୩୫୮ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ହୋଇଥିବା ୫୩୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୨,୫୫୧ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫,୩୮୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୩,୨୧,୮୦୩ । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧,୪୦୦୪ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୪୭,୭୨,୦୮,୮୪୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୮,୩୮,୧୭,୨୪୨ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୧୩,୮୮,୬୪୭ଟି ନମୁନା ।

ସେହିଭଳି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି । ବର୍ତମାନ ସୁଦ୍ଧା ୨ ହଜାର ୧୩୫ ଲୋକ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ୬୫୩ ଓ ଦିଲ୍ଲୀରେ ୪୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡିଶାରେ ମୋଟ ୩୭ ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଆଉ ଜଣେ ସୁସ୍ଥ ହୋଇସାରିଥିଲେ ।

ଦେଶରେ ବଢୁଛି କରୋନା

ଜାନୁଆରୀ ୦୧ : ୨୨, ୭୭୫
ଦୈନିକ ସଂକ୍ରମଣ ବୃଦ୍ଧି : ୩୫%
ଜାନୁଆରୀ ୦୨ : ୨୭, ୫୫୩
ଦୈନିକ ସଂକ୍ରମଣ ବୃଦ୍ଧି :୨୧%
ଜାନୁଆରୀ ୦୩ : ୩୩, ୭୫୦
ଦୈନିକ ସଂକ୍ରମଣ ବୃଦ୍ଧି : ୨୨.୫%
ଜାନୁଆରୀ ୦୪ : ୩୭, ୩୭୯
ଦୈନିକ ସଂକ୍ରମଣ ବୃଦ୍ଧି : ୩. ୨୪%
ଜାନୁଆରୀ ୦୫ : ୫୮, ୦୯୭
ଦୈନିକ ସଂକ୍ରମଣ ବୃଦ୍ଧି :୫୫.୪%