ବ୍ରହ୍ମଗିରି ରେଞ୍ଜରେ ଚାଲିଛି ପକ୍ଷୀଗଣନା, ୪ଟି ଟିମ୍ ସାମିଲ

57

କନକ ବ୍ୟୁରୋ : ଆଜି ପୁରୀ ବନ ବିଭାଗରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଚିଲିକା ଉକପୂଳରେ ଥିବା ବ୍ରହ୍ମଗିରି ରେଂଜରେ ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ଏଥିରେ ୪ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମରେ ୫ ଜଣ ଲେଖାଏଁ ରହିଛନ୍ତି । ବନ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ ଗଣନା କରୁଛନ୍ତି । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ବାଏନା କୁଲାର ଓ ଉଚ୍ଚକ୍ଷମତା ବିଶିଷ୍ଟ କ୍ୟାମେରା ଦ୍ୱାରା ଗଣନା କରାଯାଉଛି ।

ସେପଟେ, ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଗତ ବର୍ଷ ତୁଳନାରେ ଏଥର କମ୍ ପକ୍ଷୀ ଆସିଛନ୍ତି । ଗଣନା ବେଳେ ମିଳିଥିବା ତଥ୍ୟରୁ ଏହା କହୁଛି । ଗତବର୍ଷ ତୁଳନାରେ ଚିଲିକାକୁ ଚଳିତବର୍ଷ ୧ ଲକ୍ଷ ୬୮ ହଜାର ପକ୍ଷୀ କମ୍ ଆସିଛନ୍ତି । ଚଳିତବର୍ଷ ଚିଲିକାକୁ ସର୍ବମୋଟ ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସଥିବା ବେଳେ ଗତବର୍ଷ ଆସିଥିଲେ ୧୨ ଲକ୍ଷ ୪୨ ହଜାର ।

ସେହିପରି ଗତବର୍ଷ ୧୯୦ ପ୍ରଜାତିର ପକ୍ଷୀ ଏଠାକୁ ଆସିଥିଲା ବେଳେ ଏଥର ୧୮୩ ପ୍ରଜାତିର ପକ୍ଷୀ ଆସିଛନ୍ତି । ନଳବଣକୁ ଏଥର ୩ ଲକ୍ଷ ୫୮ ହଜାର ପକ୍ଷୀ ଆସିଛନ୍ତି । ଏହି ପକ୍ଷୀ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନରେ ଥିବା ୫ଟି ରେଂଜ, ଚିଲିକା, ସାତପଡ଼ା, ରମ୍ଭା, ନୂଆପଡ଼ା ଓ ଟାଂଗୀରେ ୨୧ଟି ଟିମ୍ ନିୟୋଜିତ ହୋଇଥିଲେ ।