ଦେଶର କରୋନା ଅପଡ଼େଟ୍ : ୨୪ ଘଣ୍ଟାରେ ୨,୨୦୨ କରୋନା ଆକ୍ରାନ୍ତ ଚିହ୍ନଟ

77

କନକ ବ୍ୟୁରୋ : ଭାରତକୁ ଆଶ୍ୱସ୍ତି । ପୁଣିଥରେ କରୋନା ସଂକ୍ରମଣ ଶିଥିଳ ପଡିଛି । ଆଜିର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨ ହଜାର ୨୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲିର ରିପୋର୍ଟ ଅନୁଯାୟୀ ଦିନକରେ ୨,୪୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୧୩ ଜଣ ପ୍ରାଣ ହରାଇଥିଲେ ।

ଏହାର ପୂର୍ବଦିନ ଅର୍ଥାତ ଶନିବାର ୨ ହଜାର ୮୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ସାରା ଦେଶରେ କରୋନାର ସକ୍ରିୟ ସଂଖ୍ୟା ୩୭୫ ହ୍ରାସ ପାଇ ୧୭ ହଜାର ୩୧୭ ହୋଇଛି । ଦେଶରେ ଦୈନିକ ପଜିଟିଭିଟି ହାର ୦.୦୪ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।