ଉତ୍ତର କୋରିଆରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ୨ଲକ୍ଷ ୯୬ ହଜାର ସଂକ୍ରମିତ ଚିହ୍ନଟ ପରେ ଜରୁରୀକାଳିନ ବୈଠକ ଡାକିଲେ ରାଷ୍ଟ୍ରପତି

451

କନକ ବ୍ୟୁରୋ : ଉତ୍ତର କୋରିଆରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ୨ ଲକ୍ଷ ୯୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଉତ୍ତର କୋରିଆରେ ପ୍ରଥମ ଲହର ଘୋଷଣା ହୋଇଥିଲା । ଏହା ପରେ ଏହି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮.୨୦ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ଉତ୍ତରକୋରିଆରେ ଆଇ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୨ରୁ ବଢିଛି । ମାତ୍ର ୩ ଦିନ ମଧ୍ୟରେ କରୋନା ପ୍ରକୋପରେ ଏବେ ଦେଶବାସୀ ଆତଙ୍କିତ ହୋଇପଡିଥନ୍ତି ।

ସଂକ୍ରମିତଙ୍କୁ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଓମିକ୍ରନ ଭ୍ୟାରିଆଂଟ ଚିହ୍ନଟ ହୋଇଛି । କରୋନା ମୁକାବିଲା ପାଇଁ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଜରୁରୀକାଳୀନ ବୈଠକ ଡାକିଛନ୍ତି ବୋଲି କୋରିଆନ ସେଣ୍ଟ୍ରାଲ୍ ନ୍ୟୁଜ ଏଜେନ୍ସି ଘୋଷଣା କରିଛି । ଦୁଇ ବର୍ଷ ପୂର୍ବେ ଚୀନ୍, ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ବ୍ୟାପିଥିଲା । ଏହି ସମୟରେ ଅନ୍ୟ ଦେଶର ଲୋକଙ୍କୁ ନିଜ ଦେଶର ନପୂରାଇ ଦେବାକୁ ଉତ୍ତର କୋରିଆ କଡା କଟକଣା ଲଗାଇଥିଲା । ଏବେ କିନ୍ତୁ କରୋନା ସଂକ୍ରମଣର ଶିକାର ହୋଇଛି ଉତ୍ତର କୋରିଆ ।