ଦେଶରେ ସାମାନ୍ୟ କମିଲା ଦୈନିକ ସଂକ୍ରମଣ । ଦିନକରେ ୧୧ ହଜାର ୭୯୩ ପଜିଟିଭ, ୨୭ ମୃତ

64

କନକ ବ୍ୟୁରୋ : ଦେଶରେ ସାମାନ୍ୟ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୧୧ ହଜାର ୭୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଦେଶରେ ୬ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ୯ ହଜାର ୪୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ଟିଭ କେସ ରହିଛି ୯୬ ହଜାର ୭୦୦ ।