ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ୱେଂଟି : ମ୍ୟାଚ ହାରିଲେ ସିରିଜ ହାରିବ ଟିମ ଇଣ୍ଡିଆ; ପୁଣି ଟସ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା

192

କନକ ବ୍ୟୁରୋ : ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ ମ୍ୟାଚ । ୩ଟି ମ୍ୟାଚ ଶେଷ ସୁଧା ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୨ଟି ମ୍ୟାଚ ଜିତି ସିରିଜ ଅଗ୍ରଣୀ ହାସଲ କରିଛି । ଆଜିର ମ୍ୟାଚ ଜିତି ସିରିଜ ହାତେଇବାକୁ ଭ୍ରମଣକାରୀ ଦଳ ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।

ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଭାରତକୁ କେବଳ ବିଜୟୀ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଉଭୟ ଦଳ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ଭାରତୀୟ ଦଳ କେବଳ ବ୍ୟାଟିଂ ବିଫଳତା ଯୋଗୁ ପରାଜୟର ସାମ୍ନା କରି ଆସିଛି । ତେଣୁ ଭଲ ବ୍ୟାଟିଂ ଜରୁରୀ ହୋଇପଡ଼ିଛି ।