ଦେଶରେ କାୟା ମେଲାଉଛି କରୋନା : ୭୦ ଜିଲ୍ଲାରେ ୧୫୦ ପ୍ରତିଶତ ବଢିଲା ମାମଲା

ମହାରାଷ୍ଟ୍ରରେ ଭୟଙ୍କର ସ୍ଥିତି; ଗୋଟିଏ ଦିନରେ ରେକର୍ଡ ୨୩ ହଜାର ୧୭୯ ନୂଆ ଆକ୍ରାନ୍ତ ୮୪ ମୃତ, ସେପ୍ଟେମ୍ବର ମାସ ପରେ ସର୍ବାଧିକ

254

କନକ ବ୍ୟୁରୋ : ଦେଶରେ କାୟା ମେଲାଉଛି କରୋନା । ଯେଉଁଭଳି ଭାବରେ ବିଭିନ୍ନ ରାଜ୍ୟରେ ମାମଲା ବଢୁଥିବାରୁ ଦେଶରେ ପୁଣି ଦ୍ୱିତୀୟ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଶର ୭୦ ଜିଲ୍ଲାରେ ୧୫୦ ପ୍ରତିଶତ ମାମଲା ବଢିଛି । ମହାରାଷ୍ଟ୍ର, ପଞ୍ଜାବ ଓ କେରଳରେ କରୋନା ମାମଲା ବଢୁଛି । ଏହାଛଡା ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମାମଲା ବଢୁଥିବା ଖବର ଆସୁଛି ।

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୫ ହଜାର ୮୮୬ ମାମଲା ସାମ୍ନାକୁ ଆସିଛି । ଯାହା ୧୦୨ ଦିନ ପରେ ସର୍ବାଧିକ ବୋଲି ଜଣାପଡିଛି । ମହାରାଷ୍ଟ୍ରରେ କେବଳ ରେକର୍ଡ ୨୩ ହଜାରରୁ ଅଧିକ ମାମଲା ଓ ୮୪ ମୃତ୍ୟୁ ସାମ୍ନାକୁ ଆସିଛି । ନାଗପୁରରେ ଦିନ ଗୋଟାଏ ପରେ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଜାବରେ ବି ସ୍ଥିତି ସଙ୍ଗୀନ ହୋଇଛି । ଏହି ରାଜ୍ୟର ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ଗୁଜୁରାଟରେ ସୁରଟ ସମେତ ୪ ସହରରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ବି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇଛନ୍ତି ।