ଜନପଥରେ ରୋଡ୍ ଶୋ’ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଉଦବୋଧନ ଦେବେ ନରେନ୍ଦ୍ର ମୋଦୀ ।

255

କନକ ବ୍ୟୁରୋ: ରାଜଧାନୀରେ ବିଶାଳ ରୋଡ୍ ସୋ’ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଜିଲ୍ଲାରେ ପ୍ରଚାର କରିବେ । କନ୍ଧମାଳ, ବଲାଙ୍ଗିର ଓ ବରଗଡ଼ରେ ଦଳୀୟ ସମାବେଶରେ ଯୋଗଦେବେ । ପ୍ରଥମେ କନ୍ଧମାଳ ଯିବେ ପ୍ରଧାନମନ୍ତ୍ରୀ । ସକାଳୁ ପ୍ରଥମେ କନ୍ଧମାଳ ଅଭିମୁଖେ ବାହାରିବେ । ସେଠାରେ ସକାଳ ୧୦ଟା ୨୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ଷ୍ଟାଡିୟମକୁ ଯିବେ । ଯେଉଁଠାରେ ଜନସଭାରେ ଯୋଗଦେବା ପରେ ବଲାଙ୍ଗିର ବାହାରିଯିବେ । ମଧ୍ୟାହ୍ନ ୧୨ଟା ୫ରେ ବଲାଙ୍ଗିରର ପଥରଚେପାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ୧୨ଟା ୧୫ରୁ ୧୨ଟା ୫୫ ପର୍ଯ୍ୟନ୍ତ ଜନସଭାକୁ ଉଦବୋଧନ ଦେବେ ।

ଏହା ପରେ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୋଦୀ । ୧ଟା ୪୫ରେ ବରଗଡ଼ର ବରାହାଗୁଡ଼ା ଟୋଲଗେଟ୍ ନିକଟରେ ଥିବା ବିକାଶ ଭିନଟେଜ୍ ପଡ଼ିଆରେ ବିଶାଳ ଜନସଭାରେ ଉଦବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ବହୁ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ରହିବେ । ତିନୋଟି ଜିଲ୍ଲାରେ ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବଲାଙ୍ଗିରରେ ୨ଶହ ପୁଲିସ ଅଧିକାରୀ, ୩୦୦ ହୋମଗାର୍ଡ ଏବଂ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।