ରାଜଧାନୀରେ ବଡ଼ ଧରଣର ରେଡ୍ : ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ ହୋମ୍ସ’ରେ ଆଇଟି ରେଡ୍; ୨୨ ସ୍ଥାନରେ ଚଢ଼ାଉ

3,322

କନକ ବ୍ୟୁରୋ : ରାଜଧାନୀରେ ବଡ଼ ଧରଣର ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି ।

ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉ ସମୟରେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିବା ସୂଚନା ରହିଛି । ୧୦ରୁ ୧୨ ଜଣ ଇନକମ୍ ଟ୍ୟାକ୍ସ ଅଧିକାରୀ ଏହି ସରକାରୀ କ୍ୱାର୍ଟରରେ ଚଢ଼ାଉ କରୁଛନ୍ତି । ଭୋର ୩ଟାରୁ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି ।