ଆଦିବାସୀ ଯୁବକଙ୍କ ଉପରେ ପ୍ରରିସ୍ରା କରିଥିବା ଅଭିଯୁକ୍ତଙ୍କ ଘରେ ଚାଲିବ ବୁଲଡୋଜର । ରାଜ୍ୟ ଗୃହମନ୍ତ୍ରୀଙ୍କ ଘୋଷଣା

1,431

କନକ ବ୍ୟୁରୋ: ମଧ୍ୟପ୍ରଦେଶ ସିଦ୍ଧିରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଏହା ପୂର୍ବରୁ ଅଭିଯୁକ୍ତ ପ୍ରବେଶ ଶୁକ୍ଳାକୁ ଗିରଫ କରାଯାଇସାରିଛି ।

ସୂଚନା ମୁତାବକ, ବିଜେପି ବିଧାୟକ କେଦାରନାଥ ଶୁକ୍ଳା ଜଣେ ଆଦିବାସୀ ଯୁବକଙ୍କ ଉପରେ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା କ୍ୟାମେରାରେ ଉତ୍ତୋଳିତ ଦୃଶ୍ୟରେ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ବିରୋଧୀ ବିଜେପି ନେତାଙ୍କୁ ଟାର୍ଗେଟ କରିଥିବାବେଳେ ଏହାସହ ତାଙ୍କର କୌଣସି ସମ୍ପର୍କ ନଥିବା କହିଥିଲେ ବିଧାୟକ କେଦାରନାଥ ଶୁକ୍ଳା । ହେଲେ ଏହି ଘଟଣାକୁ କେବେବି ମାଫ୍ କରାଯିବନି ବୋଲି କହିଥିଲେ ରାଜ୍ୟ ସରକାର । ଏହା ପର ପଦକ୍ଷେପରେ ଅଭିଯୁକ୍ତ ପ୍ରବେଶ ଶୁକ୍ଳାକୁ ଗିରଫ କରାଯିବା ସହ ତା’ ଘର ଉପରେ ବୁଲ ଡୋଜର ଚଢାଇଦେବାକୁ ନିର୍ଦ୍ଦେଶ ଦେିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ।