ଦାରିଦ୍ର୍ୟର ବିକଳ ଚିତ୍ର । ଯେଉଁ ଘରେ ଛେଳି ସେଇଠି ମଣିଷ । ସରକାରୀ ଯୋଜନା ପାଲଟିଛି ଅପହଞ୍ଚ ।

51

କନକ ବ୍ୟୁରୋ: କନକ ବ୍ୟୁରୋ: ଘରଟିଏ ନଥିବାରୁ ଅବ୍ୟବସ୍ଥାରେ ଦିନ କାଟୁଛନ୍ତି ଦିନ ମଜୁରିଆଙ୍କ ପରିବାର । ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ସରକାର, ହେଲେ ଏହି ଖବର ସରକାରୀ ଯୋଜନାର ବାସ୍ତବତାକୁ ପଦାରେ ପକାଇଛି । ସରକାରୀ ଯୋଜନା କେମିିତି ବାଟବଣା ହେଉଛି, ତାର ଜ୍ୱଳନ୍ତ ଉଦାହରଣା ଯାଜପୁର ବିଂଝାରପୁର ବ୍ଲକରେ ଦେଖିବାକୁ ମିଳିଛି । ବାଙ୍ଗରା ପଞ୍ଚାୟତର ପ୍ରଫୁଲ୍ଲ ମଲ୍ଲିକ ଓ ତାଙ୍କ ପରିବାର ପଲିଥିନ ଟଣା କୁଡିଆ ଭିତରେ ରହୁଛନ୍ତି ।

  • ଦାରିଦ୍ର୍ୟର ବିକଳ ଚିତ୍ର
  • ଯେଉଁଠି ଛେଳି, ସେଇଠି ମଣିଷ

ପ୍ରଫୁଲ୍ଲ ମୂଲ ମଜୁରି କରି ପିଲାଛୁଆଙ୍କ ପେଟରେ ଦାନା ଦେଉଥିବା ବେଳେ ଘରଟିଏ କରିବା ତାଙ୍କ ପାଇଁ କାଠିକର ପାଠ । ତେଣୁ ଯେଉଁ ଘରେ ସେମାନେ ରହୁଛନ୍ତି ସେହି ଘରେ ତାଙ୍କ ଗୃହପାଳିକ ପଶୁ ଛେଳି ମଧ୍ୟ ରହୁଛି । ସରକାରୀ ଯୋଜନାରେ ଘରଟିଏ ପାଇଁ ଅନେକ ଥର ଦାବି କରିଛନ୍ତି ପ୍ରଫୁଲ୍ଲ । ପୂର୍ବରୁ ଆସିଥିବା ଆବାସ ହିତାଧିକାରୀ ତାଲିକାରେ ଘର ଖଣ୍ଡିଏ ପାଇବା ପାଇଁ ତାଙ୍କ ନାଁ ଥିଲା । ହେଲେ ଏବେ ଯେଉଁ ତାଲିକା ଆସିଛି ସେଥିରେ ନାଁ କଟିଯାଇଛି ।

ସରକାର କହୁଛନ୍ତି ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ ହେଲେ ବିଂଝାରପୁରରେ ଘର ଖଣ୍ଡିଏ ନଥିବାରୁ ଜରି ପାଲ ତଳେ ଏକାଠି ରହୁଛନ୍ତି ପଶୁ ମଣିଷ ।