ଢେଙ୍କାନାଳ କାମାକ୍ଷାନଗରରେ ମାତିଛନ୍ତି ମନ୍ଦିର ଚୋର: ଗୋଟିଏ ରାତିରେ ୩ଟି ମନ୍ଦିରରେ କଳାକନା ବୁଲାଇ ଦେଲେ ଲୁଟେରା

77

କନକ ବ୍ୟୁରୋ: ମନ୍ଦିରକୁ ବି ଛାଡିଲେ ନାହିଁ, ଠାକୁରଙ୍କୁ ବି ଡରିଲେ ନାହିଁ ଲୁଟେରା । ଲୁଟେରାଙ୍କ କବଳରୁ ବର୍ତିଲା ନାହିଁ ମନ୍ଦିର । ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ହୁଣ୍ଡି, ମୂର୍ତ୍ତି ଲୁଟି ନେଇଗଲେ ଦୁର୍ବୁତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ରାମ, ଶିବ ଓ ମଙ୍ଗଳା ମନ୍ଦିରରୁ ଲୁଟ ହୋଇଛି । ବାଉଁଶପାଳ ପଂଚାୟତ ଅନ୍ତର୍ଗତ ବାହାଡା ଗାଁର ମଙ୍ଗଳା ମନ୍ଦିରରୁ ମାଆଙ୍କ ମୁକୁଟ, ସୁନା ଅଳଙ୍କାର ଓ ମୂର୍ତି ଆଦି ଲୁଟ ହୋଇଛି ।

ସେହିଭଳି କାଦୁଆ ଗାଁ ଶିବ ମନ୍ଦିରରୁ ଦାନ ହୁଣ୍ଡି ନେଇଯାଇଛନ୍ତି ଲୁଟେରା । ସେପଟେ ଗାଲୁ- ଗାଁ ରାମ ମନ୍ଦିରରେ ମଧ୍ୟ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ମନ୍ଦିର ଭିତରେ ପଶି ଦାନପାତ୍ର, ପୂଜକଙ୍କ ଦରମା ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ । ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି ହୋଇଥିବା ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୋଲିସ ତନାଘନା କରୁଛି ।