ନାମାଙ୍କନ ଦାଖଲର ଶେଷ ଦିନରେ ବିଜେପିର ଶକ୍ତି ପ୍ରର୍ଦଶନ । ଦଳୀୟ କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

173

କନକବ୍ୟୁରୋ : ନାମାଙ୍କନ ଦାଖଲର ଶେଷ ଦିନରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ଓଡିଶାରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ତୃତିୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନର ଶେଷ ଦିନ ଥିବାରୁ କାମାକ୍ଷାନଗର ପାଇଁ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ପାଇଁ ବିଭୂତି ପ୍ରଧାନ ଦଳିୟ କର୍ମିଙ୍କ ଗହଣରେ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ମାଆ ବସନ୍ତ ମଞ୍ଜରି ପ୍ରଧାନ ।