ଭାରତର ଏହି ଗାଁ: ସ୍ତ୍ରୀ ଗର୍ଭବତୀ ଥିଲେ ସ୍ୱାମୀ କରନ୍ତି ଦ୍ୱିତୀୟ ବିବାହ

354

କନକ ବ୍ୟୁରୋ: ମଣିଷ ଜୀବନରେ ବିବାହ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ହିନ୍ଦୁ ସମାଜରେ ବିବାହକୁ ପବିତ୍ର ବନ୍ଧନ ବୋଲି ମନାଯାଏ । ଅଗ୍ନୀକୁ ସାଖୀ ରଖି ଜଣେ ସ୍ୱାମୀ ସାତଜନ୍ମ ପାଇଁ ସାଥୀ ହେବାକୁ ତା ସ୍ତ୍ରୀକୁ ପ୍ରତିଶ୍ରୁତି ଦେଇଥାଏ । ଆଉ ବିବାହ ପରେ ସାରା ଜୀବନ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ଦାୟିତ୍ୱ ତୁଲାଇ ଥାନ୍ତି । ଭାରତୀୟ ଆଇନରେ ମଧ୍ୟ ଜଣେ କେବଳ ଥରେ ହିଁ ବିବାହ କରିପାରିବେ । ହେଲେ ଭାରତରେ ଏମିତି ଏକ ଗାଁ ରହିଛି ଯେଉଁଠି ପତ୍ନୀ ଥିଲେ ବି ପତିକୁ ଦ୍ୱିତୀୟ ବିବାହ କରିବାକୁ ଅନୁମତି ମିଳିଥାଏ ।

ଯେତେବେଳେ ନିଜ ସ୍ତ୍ରୀ ଗର୍ଭବତୀ ହୋଇଥାଏ ସେତେବେଳେ ସ୍ୱାମୀକୁ ଦ୍ୱିତୀୟ ବିବାହ କରିବାକୁ ଅନୁମତି ମିଳିଥାଏ । ଏହାପରେ ବି ସମାଜ କି ପ୍ରଥମ ପତ୍ନୀ ତାଙ୍କୁ କିଛି କହିନଥାନ୍ତି । ଏହାର ଏକ ଖାସ କାରଣ ରହିଛି । ତାହା ହେଉଛି ପାଣି । ଆଜ୍ଞା ହଁ ପାଣି ହିଁ ହେଉଛି ଏହାର କାରଣ ଯେଉଁଥିପାଇଁ ଗର୍ଭବତୀ ହେବା ପରେ ପ୍ରଥମ ପତ୍ନୀ ନିଜ ସ୍ୱାମୀକୁ ଖୁସିରେ ଦ୍ୱିତୀୟ ବିବାହ କରିବାକୁ ଅନୁମତି ଦେଇଥାଏ । ଏବେ ଆପଣ ଭାବୁଥିବେ ଏ କେମିତିକା କାରଣ ? ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁଠି ପାଣି ପାଇଁ ପ୍ରଥମ ସ୍ତ୍ରୀ ଥାଉ ଥାଉ ହୋଇଥାଏ ଦ୍ୱିତୀୟ ବିବାହ ।

ଏଭଳି ରୋଚକ ପରମ୍ପରା ରହିଛି ରାଜସ୍ଥାନ ବାଡମେର ଜିଲ୍ଲାର ଦେରାସର ଗାଁରେ । ଏହି ଗାଁରେ ଅନେକ ବର୍ଷ ହେବ ଏଭଳି ପରମ୍ପରା ଚାଲିଆସୁଛି । ଏହାର କାରଣ ହେଉଛି ଏହି ଗାଁରେ ଜଳ ସମସ୍ୟା ରହିଛି । ଆଉ ମହିଳାମାନେ ଅନେକ ଦୂର ଦୂର ବାଟ ଯାଇ ପାଣି ଆଣିଥାନ୍ତି । ହେଲେ ଯେତେବେଳେ ମହିଳାମାନେ ଗର୍ଭବତୀ ଥାନ୍ତି ସେତେବେଳେ ସେମାନେ ପାଣି ପାଇଁ ଯାଇପାରନ୍ତି ନାହିଁ । ଏହି ସମୟରେ ସ୍ୱାମୀ ଦ୍ୱିତୀୟ ବିବାହ କରିଥାନ୍ତି ।

ଏହି ଅଞ୍ଚଳରେ ପିଇବା ପାଣି ପାଇଁ ମହିଳାମାନେ ଓଢଣା ପକାଇ ଅନେକ ବାଟ ପାଦରେ ଚାଲିଯାଇଥାନ୍ତି । ହେଲେ ଯେତେବେଳେ ସେମାନେ ଗର୍ଭବତୀ ହୋଇଥାନ୍ତି ସେତେବେଳେ ପାଣି ଆଣିବା ପାଇଁ ଅସମର୍ଥ ହୋଇଥାନ୍ତି । ଆଉ ଏହି ସମୟରେ ସ୍ୱାମୀମାନେ ଦ୍ୱତୀୟ ବିବାହ କରିଥାନ୍ତି । ଯେମିତି ଘରେ ପାଣିର ସମସ୍ୟା ନହେବ । ତେବେ ଏଭଳି ପରମ୍ପରାକୁ ନେଇ ଏହି ଗାଁ ସାରା ଦେଶରେ ଚର୍ଚ୍ଚାରେ ରହିଥାଏ ।