କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଟାନ । ଏକାଧିକ ଓଟିଟି ଆପ୍ସ,ୱେବସାଇଟ, ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ

330

କନକ ବ୍ୟୁରୋ : କେନ୍ଦ୍ର ସରକାର ପୁଣି ଥରେ କରିଛନ୍ତି ଡିଜିଟାଲ ଷ୍ଟ୍ରାଇକ । ଇଂଟରନେଟରେ ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ପ୍ଲାଟଫର୍ମ ଗୁଡିକ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ୧୮ଟି ଓଟିଟି ଆପ୍ସ, ୧୯ଟି ୱେବସାଇଟ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଏଥିସହ ୧୦ଟି ଆପ୍ସ ସମେତ ୫୭ଟି ସୋସିଆଲ ମିଡିଆର ହ୍ୟାଣ୍ଡେଲ ମଧ୍ୟରେ କଟକଣା ଲଗାଯାଇଛି । ଆଇଟି ଆକ୍ଟର ନିୟମକୁ ବାରମ୍ବାର ଉଲ୍ଲଂଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି  । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ସୁଦ୍ଧା ଅଶ୍ଳୀଳ କଂଟେଟ ଏହି ସବୁ ପ୍ଲାଟଫର୍ମରେ ଦେଖିବାକୁ ମିଳିଥିଲା । ତେବେ ନିୟମ ଉଲ୍ଲଂଘନ ପରେ ଏବେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି । ବ୍ୟାନ ଆପ୍ସ ଗୁଡିକ ହେଉଛି —-

Dreams Films, Voovi, Yessma, Uncut Adda, TriFlicks, X Prime, Neon X VIP, Besharams, Hunters, Rabbit, Xtramood, Nuefliks, MoodX, Mojflix, Hot Shots VIP, Fugi, Chikooflix ଏବଂ PrimePlay

ଏଗୁଡିକୁ ଉପରେ କଟକଣା ଲଗାଯିବା ସହ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରୁ ମଧ୍ୟ ହଟାଯାଇଛି । ଏହି ସବୁ ଆପ୍ସ ଓ ପ୍ଲାଟଫର୍ମଗୁଡିକ ଉପରେ ପ୍ରତିବନ୍ଧିତ ଆଇଟି ଆକ୍ଟ ୨୦୦୦ର ଧାରା ୬୬ ଓ ୬୭ଏ ଆଇପିସି ଧାରା ୨୯୨ ଓ ଆଇଆରଡବ୍ଳଏ ୧୯୮୬ର ଧାରା ୪ ଅନୁଯାୟୀ ଲାଗୁ କରାଯାଇଛି ।