ରୋହିତଙ୍କ ସପକ୍ଷରେ ବାହାରିଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ । କହିଲେ, ଦଳକୁ ୫ଥର ଚାମ୍ପିୟାନ କରିଥିବା ରୋହିତଙ୍କୁ ଆଉ ଥରେ ସୁଯୋଗ ଦେବା ଉଚିତ୍

1,451

କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ବଦଳରେ ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ନିଯୁକ୍ତ କରିବା ଉପରେ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂ । ଯୁବରାଜ କହିଛନ୍ତି ଯଦି ତାଙ୍କ ଉପରେ ନିଷ୍ପତି ଥାଆନ୍ତା ତେବେ ସେ ରୋହିତ ଶର୍ମାଙ୍କୁ ଆଉ ବର୍ଷଟେ ପାଇଁ ଅଧିନାୟକ ପଦବୀ ରହିବାକୁ ଦେଇଥାନ୍ତେ । ୫ ଟି ଆଇପିଏଲରେ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଚାମ୍ପିୟନ ହୋଇଥିବା କଥା କହିଛନ୍ତି ଯୁବରାଜ । ସେ ହୋଇଥିଲେ ରୋହିତଙ୍କୁ ଅଧିନାୟକ ଏବଂ ହାର୍ଦିକଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରିବାକୁ ପସନ୍ଦ କରିଥାନ୍ତେ ବୋଲି କହିଛନ୍ତି ବିଶ୍ୱକପ ହିରୋ ଯୁବରାଜ ସିଂ ।