ବିଜେଡିର ମୁଁ ଜଣେ ସୈନିକ; ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅଛି ଓ ରହିବି : ପ୍ରଶାନ୍ତ ଜଗଦ୍ଦେବ

297

କନକ ବ୍ୟୁରୋ : ଜାମିନରୁ ମୁକୁଳିବା ପରେ ବିଧାନସଭାକୁ ଆସିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣାରେ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସେ ଲୋକଙ୍କ ଉପରେ ଗାଡି ଚଢାଇ ନାହାନ୍ତି । ତାଙ୍କ ଉପରକୁ ବିଜେପି କର୍ମୀ ଆକ୍ରମଣ କଲେ । ବ୍ରେକ୍ ବଦଳରେ ଭୁଲରେ ଏକ୍ସିଲେଟର ଉପରେ ଗୋଡ ପଡିଗଲା ।

ଏହା ସହ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମାରିବା ପାଇଁ ବିଜେପି ଷଡଯନ୍ତ୍ର କରିଥିଲା । ସେଦିନ ସେ ମଦ ପିଇନଥିଲେ । ଶିବ ମନ୍ଦିରରୁ ଆସି ଘଟଣାସ୍ଥଳକୁ ଯାଇଥିଲେ । ତାଙ୍କର ଭୁଲ ନଥିଲା, ତେଣୁ ପଶ୍ଚାତାପ କାହିଁକି କରିବେ ବୋଲି କହିଛନ୍ତି । ଏହା ସହ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, ନିଲମ୍ବନ ଓ ବହିଷ୍କାର ହେଲେ ମଧ୍ୟ ସେ ବିଜେଡିରେ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅଛନ୍ତି ଓ ରହିବେ ।