ଆମେରିକାରେ ବଢୁଛି ମାଟି ଘରର ଚାହିଦା: କଂକ୍ରିଟ ଛାଡି ମାଟି ଘରେ ରହୁଛନ୍ତି ଲୋକେ

358

କନକ ବ୍ୟୁରୋ: ଭାରତରେ ଦିନକୁ ଦିନ କମି କମି ଯାଉଛି ମାଟି ଘର । ଲୋକମାନେ ଯେତେ ବିକଶିତ ହେଉଛନ୍ତି ସେତେ କଂକ୍ରିଟ ଘର ତିଆରି କରୁଛନ୍ତି । ସେଥିପାଇଁ ଏବେ ଗାଁ ଗହଳିରେ ମଧ୍ୟ ମାଟି ଘର ସଂଖ୍ୟା କମି ଗଲାଣି । ହେଲେ ଆମେରିକା ବିଶ୍ୱର ଏକ ବିକଶିତ ଦେଶ ହୋଇ ମଧ୍ୟ ଏବେ ସେଠାରେ ମାଟି ଘରର ଚାହିଦା ବଢୁଛି । ଗତ ୨ ବର୍ଷ ମଧ୍ୟ ମାଟି ଓ ଧୂସର ମିଶ୍ରଣରେ ଘର କରିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଲାଗିଛି । କମ ଖର୍ଚ୍ଚ ଏବଂ ପ୍ରଦୂଷଣ ନଥିବାରୁ ଏବେ ଆମେରିକାରେ ଏହି ଘରର ଚାହିଦା ବଢିବାରେ ଲାଗିଛି ।

୧୯୯୫ ମସିହାରେ ଷ୍ଟେନଫୋର୍ଟ ୟୁନିଭର୍ସିଟିର ୩ ଜଣ ଛାତ୍ର ଏହି ଅଭିଯାନ ଆରମ୍ଭ୍ କରିଥିଲେ । ଏହି ଲୋକମାନେ ଡ୍ୟାନ୍ସି ରାବିଟ ନାମକ ଏକ ପରିବେଶ ଗ୍ରାମ ବସାଇଥିଲେ । ଏଠାରେ ଲୋକମାନେ ନିଜେ ମାଟିରେ ଘର ତିଆରି କରି ରହନ୍ତି । କରୋନା ସମୟରେ ଲୋକଙ୍କ ଧ୍ୟାନ ଏହାଉପରେ ପଡିଥିଲା । ଏହାପରେ ମାଟି ତିଆରି ଘର କରିବାର ପ୍ରଶିକ୍ଷଣ ନେବା ପାଇଁ ଲୋକମାନଙ୍କ ମଧ୍ୟରେ ଲମ୍ବା ଧାଡି ଲାଗିଥିଲା ।

ଏହି ପରିବେଶ ଗ୍ରାମରେ ୩୮ଟି ଘର ରହିଛି । କରୋନା ସମୟରେ ୪୦ରୁ ୪୫ ଲୋକ ଘର ତିଆରି ଶିଖିବାକୁ ଆସୁଥିଲେ । ହେଲେ ଏବେ ଏଠାରୁ ହଜାରେ ଲୋକ ଘର ତିଆରି ଶିଖିବାକୁ ଆସୁଛନ୍ତି । ଆମେରିକାର କିଛି ଲୋକ ଅନେକ ଦିନ ହେବ ଏଠି ରହିଆସୁଛନ୍ତି । ଭାରତରେ ପୂର୍ବରୁ ଏଭଳି ଘର ତିଆରି କରାଯାଉଥିବା ଅଧ୍ୟନରୁ ଜଣାପଡିବା ପରେ ଏହି ଘର ନିର୍ମାଣ କାମ ଆରମ୍ଭ ହୋଇଥିଲା । କରୋନା କାଳରେ ଲୋକମାନେ ପରିବେଶ ଉପଯୋଗୀ ଘର ଲୋକମାନେ ଖୋଜୁଥିବା ବେଳେ ଏଭଳି ଘର ଲୋକଙ୍କୁ ଆକର୍ଷିତ କରିଥିଲା ।

ଏହି ଘର ତିଆରି ପାଇଁ ରଡ କିମ୍ବା ସିମେଣ୍ଟ ବ୍ୟବହାର କରାଯାଏ ନାହିଁ । ଘର ତିଆରି ପାଇଁ ମାଟି ଓ ଧୂସରର ବ୍ୟବହାର କରାଯାଏ । ୭୦ ପ୍ରତିଶତ ବାଲି ଓ ୩୦ ପ୍ରତିଶତ ଧୂସ ଘୋଳେଇ କାନ୍ଥ ତିଆରି କରାଯାଏ । ସେହିପରି ବାଉଁଶ ଓ ଅନ୍ୟ କାଠର ବ୍ୟବହାର କରି ଛାତ ତିଆରି କରାଯାଏ । ଏହାପରେ ଛାତ ଉପରେ ପାଳ ଦିଆଯାଏ । ବିଦ୍ୟୁତ ପାଇଁ ଛାତ ଉପରେ ସୌର ପ୍ୟାନେଲ ମଧ୍ୟ ତିଆରି କରାଯାଏ । ଘର ମାଟିରେ ତିଆରି ହୋଇଥିବାରୁ ଏହା ଖରାଦିନେ ଥଣ୍ଡା ଓ ଶୀତ ଦିନେ ଗରମ ରହିଥାଏ । ତେଣୁ ଆମେରିକାରେ ଲୋକମାନେ ଏବେ ଏଭଳି ଘର ପ୍ରତି ଆକର୍ଷିତ ହେଉଛନ୍ତି ।