ସରିଲା ନକଲି ଡାକ୍ତରର ମିଛ ଧରା ପରୀକ୍ଷା: ୭୦ ପ୍ରଶ୍ନର ଉତ୍ତର ରଖିଲେ ରମେଶ ସ୍ୱାଇଁ

94

କନକ ବ୍ୟୁରୋ: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସରିଲା ଲାଏଡିଟେକ୍ସନ ଟେଷ୍ଟ । ୭୦ ପ୍ରଶ୍ନର ଉତ୍ତର ରଖିଲେ ରମେଶ ସ୍ୱାଇଁ । ଟେଷ୍ଟ ବେଳେ ସମସ୍ତ ପ୍ରକାର ସହଯୋଗ କଲେ ରମେଶ । ଟେଷ୍ଟ ଶେଷ ହେବା ପରେ ଏବେ ରମେଶ ସ୍ୱାଇଁଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି । ସତ ମିଛ ଟେଷ୍ଟ ଶେଷ ହେବା ପରେ ଏବେ ଫାଇଣ୍ଡିଂ ରିପୋର୍ଟକୁ ଅପେକ୍ଷା ରହିଛି । ଭୁବନେଶ୍ୱର ଏସଏଫଏସଏଲରେ ଶେଷ ହୋଇଛି ମିଛ ଧରା ପରୀକ୍ଷା ।