ଆପଣଙ୍କ ଗାଡିରେ କଟିନି ତ ଚାଲାଣ? କେମିତି କରିବେ ଯାଞ୍ଚ, ଜାଣନ୍ତୁ

1,652

କନକ ବ୍ୟୁରୋ: ସାବଧାନ! ଆପଣଙ୍କ ଅଜାଣତରେ କଟିଛି କି ଆପଣଙ୍କ ଚାଲାଣ? ଯଦି ଆପଣ ଜାଣି ନାହାନ୍ତି ତେବେ ତୁରନ୍ତ ଇ-ଚାଲାଣ ଯାଞ୍ଚ କରି ନିଅନ୍ତୁ । ନଚେତ ଚାଲାଣ ଭରିବାକୁ ଆପଣଙ୍କୁ କୋର୍ଟ ଯିବାକୁ ପଡିପାରେ । ତେଣୁ ବେଳ ଥାଉ ଥାଉ ସାବଧାନ ହୋଇ ଇ-ଚାଲାଣ ଯାଞ୍ଚ କରିଦେଲେ ଆପଣଙ୍କୁ ଏଭଳି ଆସୁବିଧା ଭୋଗିବାକୁ ପଡିବ ନାହିଁ ।

ଜାଣତରେ ହେଉ ଅବା ଅଜାଣତରେ ଅନେକ ଲୋକ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥାନ୍ତି । ହେଲମେଟ ନପିନ୍ଧି ଗାଡି ଚଲାଇବା, ରଙ୍ଗ ରୁଟରେ ଯିବା ଭଳି ଅନେକ ନିୟମ ଭାଙ୍ଗିଥାନ୍ତି । ଏହି ସବୁ ଭୁଲ କରି ଚାଲାକିର ସହ ଖସି ମଧ୍ୟ ଯାଆନ୍ତି । ହେଲେ ଏହି ସବୁ ନିୟମ ଉଲ୍ଲଘଂନକାରୀଙ୍କୁ ଜଗିଛି ସିସିଟିଭି ବା ଟ୍ରାଫିକ ପୋଲିସଙ୍କ ମୋବାଇଲ କ୍ୟାମେରା । ନିୟମ ଭାଙ୍ଗି ଖସି ଯାଉଥିବା ବେଳେ କ୍ୟାମେରାରେ ଆପଣଙ୍କ ଗାଡିରର ଫଟୋ ଉଠାଇ ଚାଲାଣ କାଟି ଦିଆଯାଏ ।

ତେବେ ଆପଣ କେବେ ଅଜାଣତରେ କେଉଁଠି ନିୟମ ଉଲ୍ଲଘଂନ କରିଛନ୍ତି କି? ଯଦି କରିଛନ୍ତି ତେବେ କେମିତି ଜାଣିବେ ଆପଣଙ୍କ ଚାଲାଣ କଟିଛି କି ନାହିଁ?

ବର୍ତ୍ତମାନ ଦେଶରେ ସରକାରୀ ସେବା ଡିଜିଟାଲ ହୋଇଗଲାଣି । ଏହାରି ମଧ୍ୟରେ ଚାଲାଣ ସ୍ଥାନରେ ଏବେ ଇ-ଚାଲାଣ ଅଧିକ ବ୍ୟବହାର ହେଉଛି । ରାସ୍ତାରେ ଯିବା ବେଳେ ଯଦି ଆପଣ କେଉଁଠି ନିୟମ ଉଲ୍ଲଘଂନ କରୁଛନ୍ତି ତେବେ ଆପଣଙ୍କ ମୋବାଳକୁ ମେସେଜ ଆସିଯିବ । ଅନେକ ସମୟରେ ଏମିତି ହୋଇଥାଏ ଯେ ମେସେଜ ମଧ୍ୟ ଆସିନଥାଏ । ଆଉ ଏହାରି ମଧ୍ୟରେ ଚାଲାଣର ଅବଧି ସରିଯାଏ, ଆଉ ଆପଣଙ୍କ କୋର୍ଟ ଦୌଡିବାକୁ ପଡିଥାଏ । ତେଣୁ ଏଭଳି ସମୟରେ ଆପଣ ଅନଲାଇନରେ ଆପଣଙ୍କ ଡିଟେଲ୍ସ ଚେକ କରି ଜାଣିପାରିବେ ଆପଣଙ୍କ ଚାଲାଣ କଟିଛି ନା ନାହିଁ ।

କେମିତି ଯାଞ୍ଚ କରିବେ ଅନଲାଇନ ଚାଲାଣ
ଇ-ଚାଲାଣ ଯାଞ୍ଚ କରିବା ପାଇଁ ଆପଣଙ୍କୁ ପ୍ରଥମେ ୱେବସାଇଟକୁ ଯିବାକୁ ପଡିବ ।
ଏଥିପାଇଁ ଆପଣଙ୍କୁ ଗୁଗୁଲରେ echallan.parivahan.gov.in ସର୍ଚ୍ଚ କରିବାକୁ ପଡିବ ।
ଏଠାରେ ଆପଣଙ୍କୁ ଚାଲାଣ ଡିଟେଲ୍ସ ନାଁରେ ଏକ କଲମ ଦେଖାଯିବ ।
ୟୁଜର୍ସ ଚାଲାଣ ନମ୍ବର, ଗାଡି ନମ୍ବର, ଚେଚେସି ନମ୍ବର କିମ୍ବା ଇଞ୍ଜିନ ନମ୍ବରର ଶେଷ ୫ ନମ୍ବର ଦେବେ ।
ଏହାପରେ ତଳେ ଦିଆଯାଇଥିବା କ୍ୟାପଚାକୁ ଲେଖି ଗେଟ ଡିଟେଲ୍ସ ଉପରେ କ୍ଲିକ କରିବାକୁ ହେବ
ଏହାପରେ ଆପଣ ଆପଣଙ୍କ ଚାଲାଣ ଡିଟେଲ୍ସ ପାଇପାରିବେ ।
ଏଠାରେ ଚାଲାଣ ଭରିବାର ଅପ୍ସନ ମଧ୍ୟ ଦିଆଯାଇଥାଏ ।