୭ ଦିନରେ ୯ ଲକ୍ଷ କୋଟି କ୍ଷତି ସହିଲେଣି ଆଦାନୀ । କେବେ ରୋକିବ ଏହି କ୍ଷତି?

168

କନକ ବ୍ୟୁରୋ: ଆମେରିକା ହିିଣ୍ଡନବର୍ଗର ରିପୋର୍ଟ ଆସିବା ପରେ ବଡ ଧରଣର କ୍ଷତି ଦେଖିଛି ଅଦାନୀ ଗ୍ରୁପ । ସେୟାରବଜାରରେ ଲଗାତାର ହ୍ରାସ ହେବା ପରେ ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପିଟାଲାଇଜେସନ୍ ଲଗାତାର କମିବାରେ ଲାଗିଛି । ମାତ୍ର ୭ ଦିନରେ ଅଦାନୀ ଗ୍ରୁପ୍ ୧୦ ଲକ୍ଷ କୋଟି ଟଙ୍କା ହରାଇଛି । ଅଦାନୀ ପାୱର, ଅଦାନୀ ଟୋଟାଲ ଗ୍ୟାସ୍, ଅଦାନୀ ବିଲ୍ମର, ଅଦାନୀ ଗ୍ରୀନ୍, ଅଦାନୀ ଟ୍ରାନ୍ସମିଶନ୍, ଅଦାନୀ ପୋର୍ଟସ୍, ଅଦାନୀ ଟ୍ରାନ୍ସମିଶନ, ଅଦାନୀ ଏଣ୍ଟରପ୍ରାଇଜେସ୍, ଅମ୍ବୁଜା ସିମେଣ୍ଟସ୍, ଏସିସି , ଓ ଏନଡିଟିଭିକୁ ମିଶାଇ ଷ୍ଟକ୍ ମାର୍କେଟରେ ଅଦାନୀ ଗ୍ରୁପର ପାଖାପାଖି ୧୦ ସେୟାର ଅନସୂଚିତ ଅଛି । ହେଲେ ଆମେରିକା ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଏସବୁ ସେୟାରରେ ୫୦ ପ୍ରତିଶତ ଯାଏଁ ହ୍ରାସ ହୋଇଛି ।

ସୂଚନା ମୁତାବକ, ଅଦାନୀ ଝଡ଼ ଯୋଗୁଁ ସେୟାର ବଜାରରେ ଅସ୍ଥିରତା ଦେଖା ଦେଇଥିବା ବେଳେ ବ୍ୟାଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଦାନୀ ଗ୍ରୁପକୁ ଏସବିଆଇ, ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ସମେତ କିଛି ରାଷ୍ଟ୍ରାୟତ ବ୍ୟାଙ୍କ ବିପୁଳ ପରିମାଣ ରୁଣ ଦେଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଆଶଙ୍କା ପାଇଥିଲା ଯେ ଅଦାନୀ ଗ୍ରୁପ ଭଳି ଭାରତୀୟ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବେ । ତେବେ ଆରବିଆଇ ଶୁଣାଇଛି ଆଶ୍ୱସ୍ତବାଣୀ । ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କଗୁଡିକର ଆର୍ଥିକ ସ୍ୱାସ୍ଥ୍ୟ ଠିକ୍ ରହିଛି । ଭାରତୀୟ ବ୍ୟାଙ୍କିଙ୍ଗ୍ ସେକ୍ଟର ଓ ସମସ୍ତ ବ୍ୟାଙ୍କଗୁଡିକ ଉପରେ କଡ଼ା ନଜର ରଖାଯାଇଛି । ୫ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ରୁଣର ଡାଟା-ବେସ୍କୁ ତଦାରଖ କରାଯାଉଛି । ଆରବିଆଇ କହିଛି, ବ୍ୟାଙ୍କଗୁଡିକ ଭଲ ସ୍ଥିତିରେ ଅଛନ୍ତି ।