ଆମେରିକା ପରେ ଲାଟିନ ଆମେରିକାରେ ଚୀନର ଗୁପ୍ତଚର ବେଲୁନ୍ : ପେଣ୍ଟାଗନ୍ ପକ୍ଷରୁ ସୂଚନା; ଚୀନର ଜବାବ, ଗୁପ୍ତଚର ବେଲୁନ ନୁହେଁ ଏହା ଏକ ଏୟାରସିପ୍

101

କନକ ବ୍ୟୁରୋ : ଆମେରିକା ପରେ ଲାର୍ଟିନ ଆମେରିକାର ଚୀନର ଗୁପ୍ତଚର ବେଲୁନ । ଗୁରୁବାର ଆମେରିକା ଆକାଶରେ ଦେଖିବାକୁ ମିଳିଥିବା ବଡ ବେଲୁନ ଭଳି ଅନ୍ୟ ଏକ ବେଲୁନ ଶୁକ୍ରବାର ଲାର୍ଟିନ ଆମେରିକାର ଉଡୁଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଚୀନର ଗୁପ୍ତଚର ବେଲୁନ ବୋଲି ପେଣ୍ଟାଗନ୍ ମୁଖପାତ୍ର ପଟ ରାଇଡର କହିଛନ୍ତି । ଚୀନର ଗୁପ୍ତପର ବେଲୁନ ଆମେରିକା ଆକାଶରେ ଉଡିବା ପରେ ବେଜିଂ ଗସ୍ତରେ ଯିବାକୁ ଥିବା ଅ।।ମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଆଣ୍ଟୋନି ବ୍ଲିଙ୍କେନ୍ ତାଙ୍କ ଗସ୍ତ ବାତିଲ କରିଛନ୍ତି ।

କିନ୍ତୁ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ଚୀନ । ଏହା ଏକ ଏୟାରସିପ୍ ବୋଲି ଚୀନ କହିଛି । ଏୟାରସିପ୍ ହେଉଛି ବଡ ବେଲୁନ ଭଳି ଦେଖାଯାଉଥିବା ଏକ ବିମାନ । ଏହି ବେଲୁନ ଭିତରେ ବାୟୁଠୁ ହାଲୁକା ଗ୍ୟାସ ଭର୍ତ୍ତି କରାଯାଇଥିବାରୁ ଏହା ଆକାଶରେ ଉଡିପାରୁଛି । ଚଳାଇବା ପାଇଁ ଏହି ବେଲୁନ ଭିତରେ ଏକ ମେସିନ୍ ମଧ୍ୟ ରହିଛି । ଅଧିକ ପବନ ଯୋଗୁ ଏହି ଏୟାରସିପ୍ ଆମେରିକା ଆଡକୁ ଉଡିଯାଇଥିବା ଚୀନ ପକ୍ଷରୁ କୁହାଯାଇଛି । ତେବେ ଏହି ସମସ୍ୟା ସମାଧାନ ପାଇଁ ଚୀନ ଆମେରିକା ସହ କଥାବାର୍ତ୍ତା ଜାରି ରଖିଥିବା କହିଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ।