କୁଚିଣ୍ଡାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା । ପୋଲିସ ଉପସ୍ଥିତିରେ ମହିଳା ଫରେଷ୍ଟ ଗାର୍ଡଙ୍କୁ ମାଡ ମାରିଲେ ଲୋକେ : ଭାଇରାଲ ହେଲା ଭିଡିଓ

217

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା । ମହିଳା ଫରେଷ୍ଟ ଗାର୍ଡଙ୍କୁ ମାଡ ମାରିଲେ ସ୍ଥାନୀୟ ଲୋକେ । ଘଟଣା ଘଟିଛି କୁଚିଣ୍ଡା ଉପଖଣ୍ଡ ମହୁଲାମୁଣ୍ଡା ରାସ୍ତାରେ । ଗତକାଲି ହାତୀ ପଲ ହାବୁଡରେ ପଡିଯାଇଥିଲେ ମଗୁଲମୁଣ୍ଡା ଗାଁର ଯୁବକ ସୁନୀଲ ଏକ୍କା । ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁପରେ ଉତେଜିତ ଲୋକମାନେ ମହିଳା ଫରେଷ୍ଟ ଗାର୍ଡଙ୍କୁ ମାଡ ମାରିଥିଲେ ।

ଜଙ୍ଗଲ ବିଭାଗର ସମସ୍ତ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ମାଡ ମାରିଥିଲେ ଲୋକେ । ଏପରିକି ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ମାଡ ମାରିବା ସମୟର ଏହି ଭିଡିଓ ଏବେ ଭାଇରାଲ ହୋଇଛି ।