ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ୍ ।୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେଲେ ସୁପ୍ରିମକୋର୍ଟ । 

345

କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରୁ ପି.ଚିଦାମ୍ବରମଙ୍କୁ ମିଳିଛି ଜାମିନ୍ । ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଇଡି ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଛି । ୧୦୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ।

ତେବେ ସବୁଠାରୁ ବଡ କଥା ହେଉଛି, ଚିଦାମ୍ବରମଙ୍କୁ କୌଣସି ପ୍ରକାର ମନ୍ତବ୍ୟ କିମ୍ବା ସାକ୍ଷାତକାର ଦେବା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ସାକ୍ଷୀଙ୍କ ସହ ଯୋଗାଯୋଗ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଚିଦାମ୍ବରମଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ କଟକଣା ଲଗାଯାଇଛି ।