ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ : କୋଇଡା ଓ ଦାରିଙ୍ଗବାଡିରେ ତୁଷାରପାତ

415

କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଓଡିଶା । ସ୍ୱାଭାବିକ ଠାରୁ ୬ଡିଗ୍ରୀ ଖସିଆସିଛି ପାରଦ । ଆହୁରି ଦୁଇ ଦିନ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ । ଏଥିପାଇଁ ଅଧି ଓଡିଶାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୩ଟି ଜିଲ୍ଲାରେ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଦେଇଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ।

ସୋନପୁରରେ ପାରଦ ରେକର୍ଡ ଭାଂଗିଛି । ତାପମାତ୍ରା ୩ ଦଶମିକ ୪ଡିଗ୍ରୀକୁ ଖସିଆସିଛି । ଅନୁଗୁଳରେ ୪ ଦଶମିକ ୬ ଡିଗ୍ରୀ, ଫୁଲବାଣୀରେ ୫ ଦଶମିକ ୫ ଡିଗ୍ରୀ ରହିଛି । ରାଜ୍ୟରେ ହଠାତ୍ ପ୍ରବଳ ଶୀତ ପଡିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।