ଲଗାଣ ବର୍ଷା ସହ ମାଡ଼ି ଆସିଲା ପାହାଡ଼ ଉପରୁ ପାଣି : ମାଲକାନଗିରି ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତରେ ବନ୍ୟାସ୍ଥିତି

180

କନକ ବ୍ୟୁରୋ : ମାଡି ଆସିଲା ପାହାଡ ପାଣି । ଲଗାଣ ବର୍ଷାରେ ପାଣି ଘେରରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତ । ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ପାଣି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡ ଉପରୁ ପାଣି ଓ ଲଗାଣ ବର୍ଷା ଉପାନ୍ତ ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ତୁଳସୀ, କେରିମେଟି ରାସ୍ତାରେ ମାଟି ଅତଡା ଖସି ଯାତାୟତ ଠପ୍ ହୋଇଯାଇଛି । ଆଗ୍ରୀଯୋଡି ଓ ଫୁଲଯୋଡି ବ୍ରିଜ୍ ଉପରେ ୫ ଫୁଟ ପାଣି ଚାଲୁଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।