ଆଜି ରଙ୍ଗର ପର୍ବ ହୋଲି : ପରସ୍ପରକୁ ଅବିର ବୋଳି ଉତ୍ସବ ମନାଇବେ ଲୋକ; ଓଡିଶାରେ ସାର୍ବଜନୀନ ସ୍ଥାନରେ ରଙ୍ଗ ଖେଳିବା ମନା

ସେପଟେ ମଥୁରାରେ ଧୁମଧାମରେ ପାଳନ ହେଲା ହୋଲି ; ବୃନ୍ଦାବନ, ପ୍ରୟାଗରାଜ ସମେତ ଉତର ଭାରତ ଉତ୍ସବ ମୁଖର

258

କନକ ବ୍ୟୁରୋ : ପବିତ୍ର ଦୋଳ ପୂର୍ଣ୍ଣିମା ପରେ ଆଜି ସାରା ଓଡିଶାରେ ହୋଲି ଉତ୍ସବ ପାଳନ ହେଉଛି । ରଙ୍ଗର ପର୍ବକୁ ନେଇ ପଲ୍ଲିରୁ ସହର ସବୁଠି ଉତ୍ସବ ମୁଖର । କରୋନା କଟକଣା ଭିତରେ ପାଳନ ହେବ ହୋଲି । ଓଡିଶାରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି ।

ସେପଟେ ଦୋଳ ପୂର୍ଣ୍ଣିମାରୁ ଉତ୍ତର ଭାରତରେ ହୋଲି ଉତ୍ସବ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଓଡିଶାରେ ହୋଲି ପାଳନ କରାଯିବ । ହୋଲିରେ ରାସାୟନିକ ରଙ୍ଗ ବଦଳରେ ହର୍ବାଲ ହୋଲି ଖେଳି ନିଜକୁ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଗତକାଲି ଭୁବନେଶ୍ୱରରେ ବିଭିନ୍ନ ରଙ୍ଗ ଦୋକାନରେ ଚଢାଉ କରି ରାସାୟନିକ ରଙ୍ଗ ଜବତ କରିଛି କମିସନରେଟ ପୁଲିସ ।