ଆସନ୍ତାକାଲି ଶପଥ ନେବ ଭଗୱନ୍ତ ମାନ୍ କ୍ୟାବିନେଟ୍ । ପଢନ୍ତୁ, କିଏ କିଏ ହେବେ ମନ୍ତ୍ରୀ…

121

କନକ ବ୍ୟୁରା: ପଞ୍ଜାବରେ ବଡ ବିଜୟ ପରେ ଆମ୍ ଆଦମୀ ପାର୍ଟିର ନେତା ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ଆଉ ଆସନ୍ତାକାଲି ଅର୍ଥାତ, ମାର୍ଚ୍ଚ ୧୯ ତାରିଖରେ ଭଗୱନ୍ତ ମାନଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ, ଏହି ଶପଥ ଗ୍ରହଣ ସମାରୋହରେ ମୋଟ ୧୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ । ଆସନ୍ତାକାଲି ସକାଳ ୧୧ଟା ସମୟରେ ଏହି ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯିବ ।

ହରପାଲ ସିଂହ ଚିମା, ଡ. ବଲଜୀତ କୌର, ହରଭଜନ ସିଂହ, ଡ. ବିଜୟ ସିଙ୍ଗଲା ମନ୍ତ୍ରୀ ଭାବେ ଶପଥ ନେବେ । ଏହାସହିତ ଏହି ଲିଷ୍ଟରେ ଗୁରମୀର ସିଂହ ମୀତ ହାୟର, ହରଜିତ ସିଂହ ବୈଂସ, ଲାଲ ଚନ୍ଦ କଟାରୁଚକ, କୁଲଦୀପ ସିଂହ ଧାଲୀବାଲ, ଲାଲଜୀତ ସିଂହ ଭୁଲ୍ଲର, ବ୍ରମ ଶଙ୍କର ମଧ୍ୟ ମନ୍ତ୍ରୀ ପଦର ଶପଥ ନେବେ ।

ଅନ୍ୟପଟେ ପଞ୍ଜାବ ବିଧାନସଭାର ନୂଆ ବାଚସ୍ପତି ଭାବେ ଶପଥ ନେଇପାରନ୍ତି, କୁଲତାର ସିଂହ ସନ୍ଧବା । ସେ ଦୁଇଥର ବିଧାୟକ ଭାବେ ଶପଥ ନେଇଛନ୍ତି । ତେଣୁ ସେ ପଞ୍ଜାବ ବିଧାନସଭାର ଆଗାମୀ ବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଭଗୱନ୍ତ ମାନ୍ ।