୬୭ ବର୍ଷରେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବି । ବର୍ଷକରେ ୧୪ ଟି ଫିଲ୍ମ କରି ରଚିଥିଲେ ରେକର୍ଡ

212

କନକ ବ୍ୟୁରୋ: ସାଉଥ୍ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ନିଜର ୬୭ ତମ ଜନ୍ମଦିନ ପାଳନ କରିଛନ୍ତି । ୧୯୫୫ରେ ଜନ୍ମ ହୋଇଥିବା ଚିରଞ୍ଜୀବି କେବଳ ସାଉଥ୍ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ୍ ନାଁ କରିଛନ୍ତି । ଇଣ୍ଡଷ୍ଟ୍ରିକୁ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ଘର କରିନେଇଛନ୍ତି ଚିରଞ୍ଜୀବି । ରାଜନୀତିରେ ମଧ୍ୟ ନିଜକୁ ବେଶ୍ ଦକ୍ଷ ପ୍ରମାଣିତ କରିଛନ୍ତି ସେ । ଆସନ୍ତୁ ସଂକ୍ଷେପରେ ଜାଣିବା ଚିରଞ୍ଜୀବିଙ୍କ ବିଷୟରେ କିଛି ରୋଚକ କଥା ।

୧୯୭୮ ମସିହାରେ ତେଲୁଗୁ ଫିଲ୍ମ ‘ପ୍ରଣାମ ଖରିଦୁ’ରୁ ନିଜ କାରିୟର ଆରମ୍ଭ କରିଥିଲେ ଚିରଞ୍ଜୀବି । ହେଲେ ଫିଲ୍ମ ‘ମନା ପୁରୀ ପଣ୍ଡାବୁଲୁ’ରୁ ମିଳିଥିଲା ସଫଳତା । ଏହାପରେ ସେ ଆଉ ପଛକୁ ଚାହିଁନଥିଲେ । ଗୋଟେ ଗୋଟେ ସାଉଥ୍ ଓ ହିନ୍ଦି ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ସବୁଠୁ ପ୍ରିୟ ଅଭିନେତା ବନିଗଲେ ।

ଚିରଞ୍ଜୀବିଙ୍କ କାରିୟରରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ ଭାରତର ସବୁଠୁ ଦାମୀ ଅଭିନେତାଭାବେ ଉଭା ହୋଇଥିଲେ । ଅମିତାଭ ବଚ୍ଚନଙ୍କ ଠାରୁ ମଧ୍ୟ ତାଙ୍କ ପାଉଣା ଟପିଯାଇଥିଲା । ୧୯୯୨ରେ ତାଙ୍କ ଅଭିନୀତ ଫିଲ୍ମ ‘ଘରାନା ମୋଗୁଦୁ’ ଫିଲ୍ମରେ ତାଙ୍କୁ ସବୁଠୁ ଅଧିକ ପ୍ରାପ୍ୟ ମିଳିଥିଲା । ସେ ସମୟର ଅମିତାଭଙ୍କୁ ଫିଲ୍ମ ପିଛା ୧କୋଟି ମିଳୁଥିବାବେଳେ ଚିରଞ୍ଜୀବିଙ୍କୁ ୧.୫ କୋଟି ଟଙ୍କା ମିଳୁଥିଲା ।

ଦକ୍ଷ ଅଭିନୟ ପାଇଁ ତାଙ୍କୁ ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ ଅନେକ ମାନ ସମ୍ମାନ ମିଳିଛି । ତାଙ୍କୁ ୯ଥର ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ଆୱାର୍ଡ ଓ ୪ଥର ନନ୍ଦି ଆୱାର୍ଡରେ ସମ୍ମାନୀତ କରାଯାଇଛି । ୨୦୧୧ରେ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା । ସର୍ବୋପରି ତାଙ୍କୁ ଦେଶର ସର୍ବୋଚ୍ଚ ‘ପଦ୍ମ ସମ୍ମାନ’ରେ ସମ୍ମାନୀତ କରାଯାଇଛି ।

ଅଭିନୟ ବ୍ୟତୀତ ରାଜନୀତିରେ ମଧ୍ୟ ଚିରଞ୍ଜୀବିଙ୍କ ଭାଗ୍ୟ ଚମକିଛି । ୨୦୦୮ରେ ଆନ୍ଧ୍ରପ୍ରଦେଶରେ ପ୍ରଜା ରାଜ୍ୟମ୍ ପାର୍ଟି ପ୍ରତିଷ୍ଠ କରି ୨୦୦୯ରେ ବିଧାନସଭା ନିର୍ବାଚନ ଲଢିଥିଲେ । ତାଙ୍କ ପାର୍ଟିକୁ ୧୮ଟି ଆସରେ ବିଜୟ ହାସଲ ହୋଇଥିଲା ।