‘ଆପ୍ ଛାଡି ବିଜେପିକୁ ଆସ, କେସ୍ ବନ୍ଦ କରିଦେବୁ’ । ସାଂଘାତିକ ଅଭିଯୋଗ ଆଣିଲେ ମନୀଷ ସିସୋଦିଆ

865

କନକ ବ୍ୟୁରୋ : ବିବାଦ ମଧ୍ୟରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ବିଜେପି ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମନୀଷ ସିସୋଦିଆ କହିଛନ୍ତି, ବିଜେପି ଅଫର ଦେଉଛି ଆପ୍ ଛାଡି ବିଜେପିରେ ସାମିଲ ହୋଇଯାଅ । ଯାହା ବି ସିବିଆଇ ଓ ଇଡି ମାମଲା ଲାଗିଛି ସେସବୁକୁ ହଟେଇ ଦିଆଯିବ ।


ଟ୍ୱିଟ୍ କରି ମନୀଷ ସିସୋଦିଆ ବିଜେପି ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିବା ସହିତ, କହିଛନ୍ତି… ମୁଁ ମହାରଣା ପ୍ରତାପଙ୍କ ବଂସଜ, ନିଜ ମୁଣ୍ଡ କଟାଇଦେବି କିନ୍ତୁ ଭ୍ରଷ୍ଟାଚାରୀ ଏବଂ ଷଡଯନ୍ତ୍ରକାରୀଙ୍କ ସାମ୍ନାରେ ନଇଁପାରିବି ନାହିଁ । ମୋ ବିରୋଧରେ ଲାଗିଥିବା ସମସ୍ତ ମାମଲା ମିଛ, ଯାହା କରିବା କଥା କର ।

ମନୀଷ ସିସୋଦିଆଙ୍କ ଅଭିଯୋଗ ପରେ ଯବାବ ଦେଇଛି ବିଜେପି । ବିଜେପି ନେତା କପିଲ ମିଶ୍ରା ମନୀଷ ସିସୋଦିଆଙ୍କ ଟ୍ୱିଟର ଯବାବ ଦେଇ କହିଛି, ଚୋରି ଏବଂ ଘୋଟାଲା ମାମଲାରେ ଜେଲ୍ ଯିବା ସମୟ ଆସିବାରୁ ମହାରଣା ପ୍ରତାପଙ୍କ କଥା ମନେପଡିଗଲା । ଆଉ ମନୀଷ ସିସୋଦିଆ ବିଜେପିରେ ସାମିଲ ହେବା ପାଇଁ କେତେ ପାମ୍ପଡ ବେଲିଛନ୍ତି ତାହା ମିଡିଆ ଏବଂ ସମସ୍ତଙ୍କୁ ଜଣାଅଛି ।