ହମାସ ଆତଙ୍କୀଙ୍କ ବିଶାଳ ସୁଡ଼ଙ୍ଗ: ଦୀର୍ଘ ୪କିଲୋମିଟର ଲମ୍ବ ସୁଡ଼ଙ୍ଗ ଠାବ

578

କନକ ବ୍ୟୁରୋ: ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲ । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେସ ହମାସର ସବୁଠାରୁ ବଡ ଟନେଲ୍ । ଏହାର ଲମ୍ବା ୪ କିଲୋମିଟର । ଆଇଡିଏଫ୍ ଦାବି କରିଛି ଯେ ଗାଜାରେ ରହିଥିବା ହମାସର ଡାକ୍ତରଖାନାର କର୍ମଚାରୀ ଏହି ସୁଡଙ୍ଗରେ ଯିବା ଆସିବା କରନ୍ତି ।

ଇସ୍ରାଏଲ ହମାସ ଯୁଦ୍ଧକୁ ପୂରିଛି ୨ମାସ । ଆତଙ୍କୀ ସଂଗଠନ ହମାସକୁ ମାଟିରେ ମିଶାଇବା ପାଇଁ ପଣ କରିଛି ସେନା । ଗୋଟେ ପଟେ ଜଣଙ୍କ ପରେ ଜଣେ ହମାସ କମାଣ୍ଡର ଓ ଆତଙ୍କୀଙ୍କୁ ସେନା ନିପାତ କରୁଛି ଅନ୍ୟପଟେ ଠାବ ହେଉଛି ସଂଗଠନ ସୁଡ଼ଙ୍ଗ । ହମାସର ସବୁଠୁ ବଡ ସୁଡଙ୍ଗ । ସର୍ଚ୍ଚ ଅପରେସନ ସମୟରେ ଏହାକୁ ଠାବ କରିଛି ଆଇଡିଏଫ । ୪କିଲୋମିଟର ଲମ୍ବ ଏହି ସୁଡଙ୍ଗ ଅନ୍ୟ ସୁଡ଼ଙ୍ଗଠୁ ସମ୍ପୂର୍ଣ୍ଣ ଅଲଗା । ଏହା ଭିତରେ ବଡ ବଡ ଯାନବାହନ ଚଳପ୍ରଚଳ କରାଇବା ସହ ସବୁ ପ୍ରକାର ସୁବିଧା ବ୍ୟବସ୍ଥା କରିଥିଲା ହମାସ । ଖାଇବା ପିଇବାଠୁ ନେଇ ବଡ ବଡ ରୁମ, ପାର୍କିଂ, ଅସ୍ତ୍ରରଖିବାକୁ ସୁରକ୍ଷିତ ସ୍ଥାନ ରହିିଛି । ସବୁଠୁ ବଡ କଥା ହେଉଛି କିଛି ଗୁପ୍ତ ଠିକଣା ରହିଛି । ଯାହାକୁ ହମାସ ଜରୁରିକାଳୀନ ସମୟାର ବ୍ୟବହାର କରୁଥିଲା । ସୁଡ଼ଙ୍ଗରେ କଂକ୍ରିଟ ଓ ଲୁହାରେ ନିର୍ମାଣ ହୋଇଥିବାରୁ ଏହା ବେଶ ମଜବୁତ ମଧ୍ୟ । ହମାସ ନିଜ ଆହତ ଆତଙ୍କୀଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀଟି ମଧ୍ୟ ଗଠନ କରିଥିଲ।। । ସେହି ଡାକ୍ତରମାନେ ଗୁପ୍ତ ତରିକାରେ ଏହି ସୁଡ଼ଙ୍ଗରେ ଯାଆସ କରୁଥିଲେ ।

ଇସ୍ରାଏଲ ସେନା କହିଛି ଇରେଜ କ୍ରସିଂ ଏକ ସୀମାବର୍ତୀ ଅଂଚଳଠୁ କେବଳ ୪ଶହ ମିଟର ଦୂରରେ ରହିଛି ଏହି ସୁଡ଼ଙ୍ଗ । ହମାସ ଆତଙ୍କୀ ଗାଜାରେ ପ୍ରବେଶ କରିବା ପାଇଁ ଏହାକୁ ବ୍ୟବହାର କରୁଥିଲେ ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ସଂଗଠନ ଆକ୍ରମଣ କରିିଥିଲା । ଏହି ଦିନରୁ ଇସ୍ରାଏଲ ଓ ହମାସ ଭିତରେ ଯୁଦ୍ଧ ଆରମ୍ଭ ହୋଇଛି । ଯୁଦ୍ଧକୁ ଦୁଇମାସ ପୂରିଛି ଓ ଏହା ଭିତରେ ହଜାର ସଂଖ୍ୟକ ଫିଲିସ୍ତାନୀ ନାଗରିକ, ଇସ୍ରାଏଲ ସେନା ଓ ହମାସ ଆତଙ୍କୀଙ୍କ ଜୀବନ ଗଲାଣି ।

ଇସ୍ରାଏଲ ସେନା କହିଛି ଏହି ସୁଡ଼ଙ୍ଗ ନିର୍ମାଣ ପାଇଁ ହମାସ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ଖାନ ୟୁନସ ବାଟାଲିୟନ କୁଖ୍ୟାତ କମାଣ୍ଡର ନେତୃତ୍ୱରେ ସୁଡ଼ଙ୍ଗ ନିର୍ମାଣ କରଯାଇଥିଲା । ଯୁଦ୍ଧକୁ ରୋକିବା ପାଇଁ ବିଭିନ୍ନ ରାଷ୍ଟ୍ର ଅପିଲ କରିବା ସତ୍ୱେ ଇସ୍ରାଏଲ ନିଜ ଜିଦରେ ଅଟଳ ରହିଛି । ଯେଉଁ ପର୍ଯ୍ୟନ୍ତ ହମାସର ମୂଳପୋଛ ହୋଇନି ସେପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ।