ମୁସଲିମ ପକ୍ଷଙ୍କ ଆବେଦନକୁ ଆହ୍ଲାବାଦ କୋର୍ଟଙ୍କ ଖାରଜ । କୋର୍ଟ କହିଲେ, ବେସମେଣ୍ଟରେ ଜାରି ରହିବ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା

275

କନକ ବ୍ୟୁରୋ : ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ବ୍ୟାସ ଜୀ କା ତହଖାନାରେ ହିନ୍ଦୁଙ୍କ ପକ୍ଷରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସେପଟେ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ମୁସଲିମ୍ ପକ୍ଷଙ୍କୁ ନିରାଶ ହେବାକୁ ପଡିଛି । ଜ୍ଞାନବ୍ୟାପୀ ମସଜିଦର ତଳ ମହଲାରେ ପୂଜାର୍ଚ୍ଚନା ଜାରି ରହିବ ବୋଲି କୋର୍ଟ କହିବା ସହିତ ମୁସଲିମ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି । ମାମଲାର ପରବର୍ତୀ ଶୁଣାଣୀ ଫେବ୍ରୃଆରୀ ୬ତାରିଖରେ ହେବାକୁ ଥିବା ବେଳେ ବାରାଣାସୀ ସହରର ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।