ଦକ୍ଷିଣଭାରତ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ନୂଆ ଯାତ୍ରା । ଅଭିନୟ ପରେ ରାଜନୀତି ଦୁନିଆରେ ପ୍ରବେଶ

144

କନକ ବ୍ୟୁରୋ : ଦକ୍ଷିଣଭାରତ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ନୂଆ ଯାତ୍ରା । ଚମକ୍ରାର ଅଭିନୟ କରି ଦର୍ଶକଙ୍କ ନିକଟରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରିପାରିଥିବା ବିଜୟ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି । ବିଜୟଙ୍କ ଦଳର ନାଁ ରହିଛି ତାମିଲାଗ ଭେତ୍ରୀ କାଝିଗମ । ଚର୍ଚ୍ଚା ହେଉଥିଲା ୨୦୨୪ ନିର୍ବାଚନରେ ଲଢ଼ିବା ପାଇଁ ବିଜୟ ରାଜନୀତିରେ ଏଟ୍ରିଂ କରିଛନ୍ତି । ତେବେ ସେ କହିଛନ୍ତି ତାଙ୍କ ଦଳ ନିର୍ବାଚନ ଲଢ଼ିବ ନାହିଁ କି କାହାକୁ ସମର୍ଥନ ମଧ୍ୟ କରିବେନି । ତାମିଲ ସିନେ ଦୁନିଆର ଜଣେ ଲୋକପ୍ରିୟ କଳାକାର ହେଉଛନ୍ତି ବିଜୟ । ଯିଏ କମାଣ୍ଡର ନାଁରେ ବେଶ ଜଣାଶୁଣା । ସେପଟେ ବିଜୟଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି । ବ୍ୟାନର ଲଗାଇ, ମିଠା ଖୁଆଇ ବିଜୟଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି ।