ଗାନ୍ଧୀନଗରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଶାଳ ରୋଡ୍ ସୋ’: ଆଇପିଏଲ ବିଜୟ ଉତ୍ସବ ମନାଇଲା ଗୁଜରାଟ୍ ଟାଇଟନ୍ସ

282

କନକ ବ୍ୟୁରୋ: ଗାନ୍ଧୀନଗରରେ ଗୁଜରାଟ ଟାଇଟନ୍ସର ବିଶାଳ ରୋଡ ଶୋ । ନୀଳ ରଙ୍ଗର ବସରେ ବସି ରୋଡ ଶୋ କରିଛନ୍ତି ଟିମ ଟାଇଟନ୍ସର ଖେଳାଳୀ । ଏଥିସହ ବସରେ ଦେଖିବାକୁ ମିଳିଛି ଟାଇଟନ୍ସ କି ସବାରୀ । ବେଶ ଉତ୍ସାହ ଓ ଖୁସିର ସହ ଖେଳାଳୀଙ୍କ ଏହି ରୋଡ ଶୋ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏହି ଦୃଶ୍ୟ ହେଉଛି ଗାନ୍ଧିନଗରର ହାଏତ ପଂଚତାକରା ହୋଟେଲର । ଟିମ ଗୁଜରାଟ ଟାଇଟନ୍ସ ଏଠାରୁ ବାହାରି ପୁରା ଗାନ୍ଧୀ ନଗରରେ ରୋଡ ଶୋର କରିଛି ।

ସେପଟେ ଖେଳାଳୀଙ୍କ ବିଜୟ ଉତ୍ସବ ଦେଖିବା ପାଇଁ ରାସ୍ତାର ଦୁଇ କଡରେ ପ୍ରଶଂସକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି । ଆଇପିଏଲରେ ଡେବ୍ୟୁ କରିଥିବା ଏହି ନୂଆ ଦଳ ଯେଉଁଭଳି ଭାବେ ଟାଇଟେଲ ହାତେଇଛି ତାକୁ ନେଇ ଦଳକୁ ଯେତେ ପ୍ରଶଂସା କଲେ ବି କମ ପଡିବ । ପଡିଆରେ ଅଭିଜ୍ଞ ଦଳ ଓ ଖେଳାଳୀଙ୍କ ଭିତରେ ପ୍ରଥମ ଥର ପାଇଁ ଓହ୍ଲାଇ ଦଳ ଆଇପିଏଲ ଟାଇଟେଲ ଜିତବା ପରେ ଏବେ ପ୍ରଶଂସା ହିଁ ପ୍ରଶଂସା ସାଉଁଟୁଛି । ପଦାର୍ପଣରେ ପ୍ରଭାବୀ, ପ୍ରଶଂସନୀୟ ଓ ପରାକ୍ରମୀ ପ୍ରଦର୍ଶନ କରି ଦଳ ଆଇପିଏଲ ସିଜନ ୨୦୨୨ର ବିଜେତା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଏହି ସଫଳତା ପାଇବା ସହ ଗୌରବ ଅର୍ଜନ କରିଛି ।

ଅନେକ ବଡ ବଡ ଦଳମାନଙ୍କୁ ପଛରେ ପକାଇ ଏଥରକ ଟ୍ରଫି ନିଜ ନାଁରେ କରିଛି ହାର୍ଦ୍ଦିକ ପାଣ୍ଡ୍ୟିାଙ୍କ ଗୁଜରାଟ ଟାଇଟନ୍ସ । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ୪ଥର ବିଜେତା ଚେନ୍ନାଇ ସୁପରକିଙ୍ଗ ଭଳି ଦଳକୁ ମାତ ଦେଇ ଏଥରକର ବିଜେତା ଏହି ନୂଆ ଦଳ । ପ୍ରଥମଥର ପାଇଁ ଗୁଜରାଟ ଟାଇଟନ୍ସ ଆଇପିଏଲ ସହ ଯୋଡି ହୋଇଥିଲେ ହାର୍ଦ୍ଦିକ ଓ ତାଙ୍କ ଟିମ୍ । ରବିବାର ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲସକୁ ୭ ୱିକେଟରେ ପରାସ୍ତ କରି ଟାଇଟେଲ ନିଜ ନାଁରେ କରିଛି ଦଳର । ବିଜୟ ପରେ ଦଳକୁ ଆଜି ସମ୍ମାନିତ କରିଛନ୍ତି ଗୁଜରାଟ ସରକାର । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବିଜେତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ମାନ ପ୍ରଦାନ କରିଛନ୍ତି ।