କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ : କ’ଣ କହିଲେ ଜେଲ ଡିଜି ମନୋଜ ଛାବ୍ରା ?

391

କନକ ବ୍ୟୁରୋ : ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ । ଜେଲ୍ ଡିଜି ମନୋଜ ଛାବ୍ରା ସଂସଦୀୟ ବ୍ୟାପାର କମିଟିକୁ ଏନେଇ ପ୍ରସ୍ତାବ ଦେଇଛନ୍ତି । ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଜେଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସେମାନଙ୍କ ପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି ।

ଏପରି ଖର୍ଚ୍ଚ କାଟ କରିବା ପାଇଁ ଜେଲ୍ ଡିଜି ଏପରି ପ୍ରସ୍ତାବ ଦେଇଛନ୍ତି । ଏପରି ପ୍ରସ୍ତାବକୁ କମିଟିର ସଦସ୍ୟ ପ୍ରଶଂସା କରିଛନ୍ତି । ଓଡ଼ିଶାରୁ ଏହି ପ୍ରୋଜେକ୍ଟ ଆରମ୍ଭ କରିବାକୁ ସଂସଦୀୟ ବ୍ୟାପାର କମିଟି ପରାମର୍ଶ ଦେଇଛି । କଏଦୀଙ୍କ ସହମିତିରେ ଜିପିଏସ୍ ଲାଗିବ ବୋଲି ମନୋଜ ଛାବ୍ରା କହିଛନ୍ତି ।

– ଆମେରିକା, ଲଣ୍ଡନ ପରି ୩୦ରୁ ୪୦ଟି ଦେଶରେ ଖର୍ଚ୍ଚ କାଟ କାଇଁ ଏପରି ବ୍ୟବସ୍ଥା ରହିଛି
– ଚୋରି, ଲୁଟ୍, ଡକାୟତି ଭଳି ଘଟଣାରେ ଏକାଧିକ ଥର ଜେଲ୍ ଯାଉଛନ୍ତି
– ଅପରାଧୀମାନେ ଜେଲ ଯାଇ ଜାମିନରେ ଆସି ପୁଣି ଅପରାଧ ଘଟାଉଛନ୍ତି
– ଜିପିଏସ୍ ଲାଗିଲେ ଅପରାଧୀ କେଉଁ ଅଞ୍ଚଳରେ ଅପରାଧ ଘଟାଉଛି ଜାଣିହେବ
– ସେହି ଜିପିଏସ୍ର ପରିଧି କିଛି ବର୍ଗ କିଲୋମିଟର ରହିବ
– ଅପରାଧୀ ଜିପିଏସ୍କୁ ନଷ୍ଟ କିମ୍ବା ଟାମ୍ପରିଂ କଲେ ଏକ ଆଲାର୍ମ ପୋଲିସ ପାଖକୁ ଯିବ
– ସାକ୍ଷୀକୁ ଧମକାଇବା ବା ପ୍ରଭାବିତ କଲେ ମଧ୍ୟ ଜଣାପଡ଼ିଯିବ
– ଏହାକୁ ବ୍ୟବହାର କରି ବିଚାରାଧୀନ କଏଦୀ ଉପରେ ନଜର ରଖିହେବ
– ଏବେ ଜିପିଏସ୍ ଭୟରେ ଅପରାଧ କରିବାକୁ ଭୟ କରିବେ ଅପରାଧୀ
– ଏହି ମେସିନ୍ ବାବଦକୁ ଖର୍ଚ୍ଚ ୧୦ରୁ ୧୫ ହଜାର କଏଦୀ ନିଜେ ବହନ କରିବେ