ଆପଣ ଚାପରେ ଅଛନ୍ତି କି? ଚାପ କାରଣରୁ ଆତ୍ମହତ୍ୟା ଭାବନା ଆସୁଥିଲେ ରହିଯାଆନ୍ତୁ … ପଢନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

422

କନକ ବ୍ୟୁରୋ: ନିକଟରେ ରାଜସ୍ଥାନ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟାର ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସୁଛି । କିଏ ପରୀକ୍ଷାରେ କମ ନଂ ରଖିବା ପାଇଁ ତ ଆଉ କିଏ ପାଠ ପଢାର ଚାପକୁ ସମ୍ଭାଳି ନପାରି ଆତ୍ମହତ୍ୟା କରିଛି । କିଏ ଅତ୍ୟଧିକ ଔଷଧ ସେବନ କରି ତ ଆଉ କିଏ ପଙ୍ଖାରେ ଝୁଲି ନିଜର ଜୀବନ ଦେଉଛନ୍ତି । ତେବେ ଏସବୁ ଭିତରେ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ଏଭଳି କାମରୁ ଦୂରେଇ ରଖିବା ପାଇଁ କିଛି ବାଟ ବାହାର କରିଛି । ତେବେ ଆସନ୍ତୁ ଜାଣିବା କେମିତି ଆମେ ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇପାରିବା । ଜାଣିବା ପ୍ଲାନ ଏ ଆଉ ପ୍ଲାନ ବି ବାବଦରେ

ପ୍ରଥମେ ପ୍ଲାନ ଏ ହେଉଛି ଅଭିଭାବକଙ୍କ ଇଚ୍ଛା ଏବଂ ତାଙ୍କ ସ୍ୱପ୍ନ ପୂରଣ କରିବା । ଆଉ ପ୍ରଥମେ ପ୍ଲାନ ବି ହେଉଛି ପ୍ଲାନ ଏର ବିପରୀତ ଯାଇ ଅନ୍ୟକିଛି ନୂଆ କରି ଦେଖାଇବା ।

ଆପଣଙ୍କ ବାପାମାଆ ସବୁବେଳେ ଚାହାନ୍ତି ମୋ ପୁଅ କି ଝିଅ ଭଲ ଡାକ୍ତର ହେଉ କି ଇଞ୍ଜିନିୟର ହେଉ । କିନ୍ତୁ ଆପଣଙ୍କ ମଧ୍ୟରେ ଅନେକ ଅଛନ୍ତି ଏହାର ବିପରୀତ ଯାଇ କିଛି ନୂଆ କରି ଦେଖାଇବା ପାଇଁ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବାପା ମାଆଙ୍କ ଇଚ୍ଛା ପୂରଣ କରିବା ଲକ୍ଷ୍ୟରେ ଅନେକ ବର୍ଷ ଧରି ପ୍ରସ୍ତୁତି କରିବାରେ ଲାଗିପଡନ୍ତି । କିଛି ତ ଏଥିରେ ସଫଳ ହୋଇଯାଆନ୍ତି ତ ଆଉ କିଛି ଏଥିରେ ବିଫଳ ହୋଇଥାନ୍ତି । ଏହି ସମୟରେ ତାଙ୍କ ପାଖରେ ପ୍ଲାନ ବି ଅର୍ଥାତ କିଛି ନୂଆ କରି ଦେଖାଇବାର ସୁଯୋଗ ଥାଏ । ଯେଉଁଥିରେ ଅଭିଭାବକଙ୍କ ସାହାଯ୍ୟ ମିଳିବା ନିହାତି ଦରକାର । ଏହା ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଚାପ କମ ରହିଥାଏ । ଯାହାଦ୍ୱାରା ସେ ଡିପ୍ରେସନ କିମ୍ବା ଆତ୍ମହତ୍ୟା ଭଳି ଜିନିଷ ଠାରୁ ନିଜକୁ ଦୂରେଇ ରଖିଥାଏ ।

ଏହାତ ହେଲା ଛାତ୍ରଛାତ୍ରୀଙ୍କ କଥା । ତେବେ ଜଣେ ଅଭିଭାବକ କେମିତି ଜାଣିବେ ତାଙ୍କ ଛୁଆ ଡିପ୍ରେସନରେ ଅଛି । ମୁଁ କହିରଖିବାକୁ ଚାହିଁବି ଯେ ଯଦି ଆପଣ ଦେଖୁଛନ୍ତି ଯେ ଆପଣଙ୍କ ଛୁଆ ଅଧିକ ସମୟ ଏକୁଟିଆ ରହିବାକୁ ଭଲ ପାଉଛି । ଛୋଟ ଛୋଟ କଥାରେ ତାକୁ ରାଗ ଆସୁଛି । କୌଣସି କଥାକୁ ନେଇ ଚିନ୍ତାରେ ରହୁଛି । ଆଉ ନିଜ ସହ ନିଜେ କଥା ହେବାରେ ଲାଗୁଛି । କିମ୍ବା ଲମ୍ବା ସମୟ ଧରି ଖାଇବା ପିଇବା କରୁନାହିଁ । ତେବେ ଆପଣ ଜାଣିବେ ଯେ ସେ ଡିପ୍ରେସନର ଶିକାର ହୋଇଯାଇଛି ।

ଯେତେବେଳେ ଗୋଟିଏ ଯୁବକ ଆତ୍ମହତ୍ୟା ରାସ୍ତାରେ ଆଗକୁ ବଢୁଛି ସେତେବେଳେ ତାର ସ୍ୱଭାବରେ ପରିର୍ତ୍ତନ ଆସିଥାଏ । ଏହି ସବୁ ବ୍ୟବହାର ୩ ପ୍ରକାରର ହୋଇଥାଏ । ପ୍ରଥମଟି ହେଉଛି ଭର୍ବାଲ କ୍ଲୁ । ଅର୍ଥାତ ଜଣେ ନିଜକୁ ବାରମ୍ବାର ଗୋଟିଏ କାରଣ ପାଇଁ ଦାୟୀ କରିଥାଏ । ଦ୍ୱିତୀୟଟି ନନ ଭର୍ବାଲ କ୍ଲୁ । ଏଥିରେ ଜଣେ ନିଜର ମନର କଥାକୁ ସାମାଜିକ ଗଣମାଧ୍ୟମ କିମ୍ବା ଡାଇରୀ ମାଧ୍ୟମରେ ଜଣାଇଥାଏ । ତୃତୀୟଟି ହେଉଛି ବ୍ୟବହାରିକ କ୍ଲୁ । ଯେଉଁମାନେ ନା କିଛି କହିଥାନ୍ତି କିମ୍ବା ଲେଖିଥାନ୍ତି ବଂର ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ ।

ନିଜ ପିଲାମାନଙ୍କୁ ପାଠପଢାର ଚାପ କମ କରିବା ଏବଂ ଡିପ୍ରେସନରୁ ବାହାର କରିବା ପାଇଁ ଅଭିଭାବକ କିଛି ଟିପ୍ସର ଅନୁସରଣ କରିପାରିବେ । ପ୍ରଥମେ ଆପଣ ପିଲାମାନଙ୍କ ସହ ସମୟ ବିତାନ୍ତୁ । ସେମାନଙ୍କୁ ସାରା ଦିନ ପାଠପଢିବା ପାଇଁ ବାଧ୍ୟ କରନ୍ୁ ନାହିଁ । ପରୀକ୍ଷୀ କିମ୍ବା ଅନ୍ୟ କାମ ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ମାର୍ଗଦର୍ଶନ କରନ୍ତୁ । ସପ୍ତାହରେ ପିଲାମାନଙ୍କୁ କିଛି ଜାଗାକୁ ବୁଲାଇବାକୁ ନିଅନ୍ତୁ । ପିଲାମାନଙ୍କୁ ୬ସିର ଅର୍ଥ ବୁଝାନ୍ତୁ । ଏହା ଛଡା ପିଲାମାନେ ଯଦି ପରୀକ୍ଷାରେ କମ ନଂ ଆଣିଛନ୍ତି ତେବେ ପିଲାଙ୍କୁ କିଛି ନକହି କେଉଁଠି ଅସୁବିଧା ଅଛି ତା ପ୍ରତି ଧ୍ୟାନ ଦିଅନ୍ତୁ । ଏହିଭଳି କାମ କରି ଆପଣ ନିଜ ପିଲାମାନଙ୍କୁ ଡିପ୍ରେସନ ତଥା ଆତ୍ମହତ୍ୟା ଠାରୁ ଦୂରରେ ରଖିପାରିବେ ।