ମଝି ଆକାଶରେ ଯାତ୍ରୀଙ୍କ ଜୀବନ ସହ ଖେଳ । ଭୁଲ ଜିପିଏସ ସିଗନାଲ ଯୋଗୁଁ ଦିଗ ହରାଇଲେ ଇରାନର ୨୦ରୁ ଅଧିକ ବିମାନ

493

କନକ ବ୍ୟୁରୋ : ବିମାନ ଯାତ୍ରା । ସବୁଠୁ ନିରାପଦ, କମ ସମୟ ସା୦େ.ପକ୍ଷ ଓ ଅଧିକ ଖର୍ଚ୍ଚର ଯାତ୍ରା ବୋଲି କୁହାଯାଏ । କେବେ କେମିିତି ବିଭିନ୍ନ କାରଣରୁ ବିମାନ ତ୍ରୁଟି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏହା ଭିତରେ ଚିନ୍ତା ବଢାଇଛନ୍ତି ହ୍ୟାକର । ବିମାନର ଜିପିଏସକୁ ହ୍ୟାକ କରି ନକଲି ତଥ୍ୟ ପ୍ରଦାନ କରି ବାଟବଣା କରୁଛନ୍ତି ହ୍ୟାକର । ଇରାନରେ ଘଟିଛି ଏଭଳି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଗୋଟିଏ କି ଦୁଇଟି ନୁହେଁ ଇରାନରେ ପ୍ରାୟ ୨୦ଟି ବିମାନକୁ ଭୁଲ ଜିପିଏସ ତଥ୍ୟଦେଇ ବାଟବଣା କରାଯିବା ସହ କିଛି ଘଂଟା ଧରି ମଝି ଆକାଶରେ ଝୁଲି ରହିଥିଲା ଜୀବନ । ତେବେ ଏୟାର ଟ୍ରାଫିକ କଂଟ୍ରୋଲ ସହାୟତାରେ ବିମାନ ଗୁଡିକୁ ନିରାପଦରେ ଅବତରଣ କରାଯାଇଛି ।

ଗତ ଦୁଇ ସପ୍ତାହ ମଧ୍ୟରେ ଇରାନରେ ଅନେକ ସରକାରୀ, ଘରୋଇ ବିମାନ ଏବଂ କରପୋରେଟ ଜେଟ ସହ ଏଭଳି ବିପଦର ସମ୍ମୁଖୀନ ହୋଇସାରିଲେଣି । ଆଗକୁ ମଧ୍ୟ ଏହା ଜାରି ରହିବା ନେଇ ଆଶଙ୍କା ରହିଛି ।

ଆସନ୍ତୁ ଜାଣିବା କେମିତି ହ୍ୟାକର ବିମାନ ଗୁଡିକ ଟାର୍ଗେଟ କରୁଛନ୍ତି । ବିମାନଗୁଡିକୁ ଗ୍ରାଉଣ୍ଡ ଷ୍ଟେସନରୁ ମିଛ ଜିପିଏସ ସିଗନାଲ ଦିଆଯାଇଥିଲା । ଏହା ଏତେ ଦୃୃଢ ଥିଲା ଯେ ଏୟାରକ୍ରାପ୍ଟ ନାଭିଗେସନ ସିଷ୍ଟମକୁ ଅକାମୀ କରିଦେଇଥିଲା । ମିଛ ତଥ୍ୟ ପାଇଁ ଉପଗ୍ରହ ଦ୍ୱାରା ସୂଚିତ କରାଯାଉଥିବା ତଥ୍ୟକୁ ମଧ୍ୟ ଅକାମୀ କରି ଦେଇଥିଲା । ଫଳରେ ବିମାନଗୁଡିକ ମଝି ଆକାଶରେ ଦିଗହରା ହୋଇଥିଲେ । ବିମାନ କେଉଁ ଦିଗରେ ଯାଉଛି ସେକଥା ପାଇଲଟ ଜାଣିପାରିନଥିଲେ । ଏୟାର ଟ୍ରାଫିକ କଂଟ୍ରୋଲ ସହାୟତାରେ ବିମାନ ଗୁଡିକୁ ନିରାପଦରେ ଅବତରଣ କରାଯାଇଛି । ନଚେତ ବଡ ଧରଣର ଦୁର୍ଘଟଣା ହେବା ନିଶ୍ଚିତ ଥିଲା ।

ଏଭଳି କାମ ପଛରେ ସ୍ପୁଫିଙ୍ଗ ପ୍ରକିୟା ଦାୟୀ । ସ୍ପୁଫିଙ୍ଗ ଅର୍ଥ କପିକୁ ବୁଝାଏ ।ଏହି ପ୍ରକିୟାରେ ଜଣେ ରିସିଭରଙ୍କୁ ଭୁଲ ଜିପିଏସ ସିଗନାଲ ଦିଆଯାଇଥାଏ । ସିଗନାଲ ରିସିଭ କରୁଥିବା ବ୍ୟକ୍ତି ପ୍ରକୃତ ତଥ୍ୟ ପାଇବାକୁ ସକ୍ଷମ ହୁଅନ୍ତି ନାହିଁ ।