ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚର ତନାଘନା : ଜେଲ ମୁଲାକାତ ଡାଏରୀ ଯାଞ୍ଚ କଲା ଟିମ୍, ଆଉ କିଛି ଅନ୍ତେବାସୀଙ୍କୁ ଜେରା

77

କନକ ବ୍ୟୁରୋ : ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଉ କିଛି ଜେଲ୍ ଅନ୍ତେବାସୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜେଲରେ ଗୋବିନ୍ଦଙ୍କୁ ଭେଟିଥିବା ଲୋକଙ୍କ ତାଲିକା ମଧ୍ୟ ଯାଞ୍ଚ କରିଛି ଟିମ୍ । ଏହା ସହ ଜେଲ ମୁଲାକାତ୍ ଡାଏରୀ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ।

ଗତ ୨୦ ତାରିଖ ପୂର୍ବରୁ କିଏ ଗୋବିନ୍ଦଙ୍କୁ ଦେଖା କରିବାକୁ ଆସିଥିଲେ, ସେନେଇ ଯାଞ୍ଚ କରାଯାଇଛି । ଘଟଣା ଦିନ ଗୋବିନ୍ଦଙ୍କୁ କେହି ଆତ୍ମହତ୍ୟା କରିବା ସମୟରେ ଦେଖିଛନ୍ତି କି? ଆତ୍ମହତ୍ୟା ପୂର୍ବରୁ ସେ କାହା ସହ କଥା ହୋଇଥିଲେ ? ଏପରି ଅନେକ ପ୍ରଶ୍ନ ଜେଲ ଥିବା ବିଚାରାଧୀନ କଏଦୀଙ୍କୁ କ୍ରାଇମବ୍ରାଞ୍ଚ ପଚାରିଥିଲା ।