ଡିସିପି ଅଫିସ ନିକଟରେ ଦୁର୍ବୃତ୍ତଙ୍କ ଆତଙ୍କ : ଅଫିସଠୁ ମାତ୍ର ୨୦୦ ମିଟର ଦୂରରେ ବୋମାମାଡ; ଦୁର୍ବୃତ୍ତ ଫେରାର

138

କନକ ବ୍ୟୁରୋ : ଡିସିପି ଅଫିସ ନିକଟରେ ଦୁର୍ବୃତ୍ତଙ୍କ ଆତଙ୍କ । ଅଫିସଠୁ ମାତ୍ର ୨ଶହ ମିଟର ଦୂରରେ ବୋମାମାଡ ହୋଇଛି । ସହିଦନଗରର ଏକ ଜୋତା ସୋ’ରୁମର ବୋମା ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ସୋରୁମ୍ ମାଲିକଙ୍କୁ ମାରିଦେବାକୁ ଧମକ ବି ଦେଇଛନ୍ତି । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି ।

ସହିଦନଗରରେ ଥିବା ଡଲଫିନ’ ନାଁରେ ଥିବା ଜୋତା ସୋରୁମର ମାଲିକ ନଥିବା ବେଳେ ଏହି ୫ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ । ବିଳମ୍ବିତ ରାତିରେ ଏକ ବାଇକରେ ଆସି ଧମକ ଚମକ ଦେବା ସହିତ ସୋରୁମରେ ଭଙ୍ଗାରୁଜା କରିଥିଲେ । ପରେ ବାହାରକୁ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତିା ବଚସା କାରଣରୁ ଏହି ବୋମାମାଡ କରାଯାଇଥିବ ଅନୁମାନ କରାଯାଉଛି । ଘଟଣା ନେଇ ପୁଲିସ ଛାନଭିନ୍ ଜାରି ରଖିଛି ।