ଇଲେକ୍ଟ୍ରି ତାର ଲାଗି ବସରେ ଲାଗିଲା ନିଆଁ । ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ।

861

କନକ ବ୍ୟୁରୋ: ଇଲେକ୍ଟ୍ରି ତାର ଲାଗି ଜଳିଗଲା ବସ୍ । ବସ୍ ଜଳିଯିବା କାରଣରୁ ପ୍ରାଣ ହରାଇଲେ ୫ ଜଣ ଯାତ୍ରୀ । ଉତ୍ତରପ୍ରଦେଶ ଗାଜିପୁରରୁ ଆସିଛି ଏମିତି କିଛି ଖବର । ଏକ ଯାତ୍ରୀବାହୀ ବସରେ ଇଲେକ୍ଟ୍ରି ତାର ଲାଗିଯିବା ହେତୁ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ତେବେ ବସରେ ପ୍ରଥମେ ୧୧ ହଜାର ଭୋଲ୍ଟର ତାର ଲାଗିଯାଇଥିଲା । ଏହାପରେ ବସଟି ହଠାତ୍ ହୁତୁହୁତ ହେଇ ଜଳିବା ଆରମ୍ଭ କରିଥିଲା । ଏହାପରେ ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହେଇଯାଇଥିଲା । ଆଉ ଦେଖୁ ଦେଖୁ ବସରେ ନିଆଁ ବ୍ୟାପିଯାଇଥିଲା ।

ବସରେ ନିଆଁ ଲାଗିବା ଘଟଣାରେ ମନ୍ତ୍ରୀ ଅନୀଲ ରାଜଭର କହିଛନ୍ତି ଯେ, ଏହି ଘଟଣା ଉପରେ ପ୍ରଶାସନ ନଜର ରଖିଛି । ଅନେକ ଯାତ୍ରୀ ଆହତ ହେଇଥିବା ନେଇ ସୂଚନା ରହିଛି । ସ୍ଥାନୀୟ ଲୋକମାନେ ଆହତ ଯାତ୍ରୀମାନଙ୍କୁ ପାଖ ହସ୍ପିଟାଲରେ ପହଞ୍ଚାଇଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ବସରେ ଇଲେକ୍ଟ୍ରି ତାର ଲାଗିଯିବାରୁ ବସରେ ନିଆଁ ଲାଗିଥିବା କୁହାଯାଇଛି । ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ମଧ୍ୟ କରାଯାଇଛି । ବସରୁ ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଥିବାବେଳେ, ଆହତମାନଙ୍କର ଚିକିତ୍ସା କରାଯାଉଛି ।