ଫିଲ୍ମ ସୁଟିଂ ପାଇଁ ଯେତେବେଳେ କରିବାକୁ ପଡେ ପୁରା ଟ୍ରେନ୍ ବୁକିଂ । ଜାଣନ୍ତୁ ଦେବାକୁ ପଡିଥାଏ କେତେ ଟଙ୍କା

3,126

କନକ ବ୍ୟୁରୋ : ବଲିଉଡ ସିନେମାରେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଫିଲ୍ମର ଅନେକ ସିନ୍ ଟ୍ରେନ ଭିତରେ ସୁଟିଂ କରାଯାଇଥାଏ । ଅନେକ ସମୟରେ ଏହା ନକଲି ଟ୍ରେନରେ କରାଯାଇଥାଏ । ହେଲେ ଅନେକ ସମୟରେ ପ୍ରଯୋଜକମାନେ ସିନେମାକୁ ବାସ୍ତବଧର୍ମୀ କରିବାକୁ ଟ୍ରେନକୁ ପୁରା ବୁକିଂ କରିଥାନ୍ତି ।

ଯଦି ଆପଣ ସିନେମା ସୁଟିଂ ପାଇଁ ହେଉ ବା ଅନ୍ୟ କୌଣସି କାମ ପାଇଁ ହେଉ ପୁରା ଟ୍ରେନ ବୁକ୍ କରିବାକୁ ଚାହୁଁଛନ୍ତି ଏଥିପାଇଁ ଆପଣଙ୍କ ପ୍ରଥମେ ବୁକ୍ ଟେରିଫ୍ ରେଟ୍ ବାବଦରେ ଜାଣିବାକୁ ପଡିବ    । ଭାରତୀୟ ରେଳ ବିଭାଗ ତରଫରୁ ଏହି ସୁବିଧା ସେହି ଲୋକମାନଙ୍କୁ ଦିଆଯାଇଛି ଯେଉଁମାନେ ପୁରା ଟ୍ରେନ ବୁକ୍ କରିବାକୁ ଚାହୁଁଛନ୍ତି । ଟ୍ରେନ ବୁକ୍ କରିବା ସମୟରେ ରେଳ ବିଭାଗର କିଛି ସର୍ତ୍ତ ବାବଦରେ ଜାଣିବା ଜରୁରୀ ।

ଏଫଟିଆର ସ୍କିମ କ୍ରମରେ ଯଦି କୌଣସି ବ୍ୟକ୍ତି ବା ସଂସ୍ଥା କିମ୍ବା କୌଣସି ରାଜନୈତିକ ଦଳ ପୁରା ଟ୍ରେନଟିକୁ ବୁକ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ରେଳ ମନ୍ତ୍ରଣାଳୟର ସାର୍ବଜନୀକ ଉପକ୍ରମ ଆଇଆରସିଟିସି ୱେବସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ । ଏହି ପଞ୍ଜିକରଣ ପାଇଁ ମଧ୍ୟ ଆପଣଙ୍କୁ ଦେୟ ଦେବାକୁ ପଡିବ ।

ଏହି ଏଫଟିଆର ପଞ୍ଜିକରଣ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଭେଲିଡ୍ ରହିବ । ଅର୍ଥାତ ୬ ମାସ ମଧ୍ୟରେ ଆପଣଙ୍କୁ ଯେତେବେଳେ ଟ୍ରେନ୍ ଦରକାର ତାର ୩୦ ଦିନ ପୂର୍ବରୁ ଆପଣଙ୍କୁ ଏଫଟିଆର ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ବେଳେ ଆପଣଙ୍କୁ ଅନେକ ପ୍ରକାର ସୂଚନା ଦେବାକୁ ପଡିବ । ଆପଣଙ୍କୁ ଏହି ଫର୍ମରେ ସତ୍ୟ ଆଧାରିତ ସମସ୍ତ ତଥ୍ୟ ଦେବାକୁ ପଡିବ ।

ଭାରତୀୟ ରେଳ ମନ୍ତ୍ରଣାଳୟ ମୁତାବକ ଆପଣଙ୍କୁ ଅତି କମରେ ୧୮ଟି ବଗି ଓ ସର୍ବାଧିକ ୨୪ ଟି ବଗି ଥିବା ଟ୍ରେନ ବୁକ୍ କରିପାରିବେ । ୧୮ଟି ବଗି ଥିବା ଟ୍ରେନକୁ ଯଦି ଆପଣ ୭ ଦିନ ପାଇଁ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୯ ଲକ୍ଷ ଟଙ୍କା ଦେବାକୁ ପଡିବ ।