ଛାତିରୁ ବାହାରିଲା ୨୫୦ ଗ୍ରାମର ଟ୍ୟୁମର : ୧୬ ବର୍ଷୀୟ ଅଭିଜିତଙ୍କର ହେଲା ବିରଳ ଅସ୍ତ୍ରୋପଚାର

253

କନକ ବ୍ୟୁରୋ : ଛାତିରୁ ବାହାରିଲା ୨୫୦ ଗ୍ରାମର ଟ୍ୟୁମର । ୧୬ ବର୍ଷୀୟ ଅଭିଜିତଙ୍କର ହେଲା ବିରଳ ଅସ୍ତ୍ରୋପଚାର । ଭୁବଶ୍ୱେର ଆମ୍ରି ହସ୍ପିଟାଲରେ ଏହି ଅପରେସନ୍ କରାଯାଇଛ । ଅଭିଜିତ୍ ପୂର୍ବରୁ ବିଭିନ୍ନ ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କ ଛାତିରେ ବଢୁଥିବା ଟ୍ୟୁମର, ଲଙ୍ଗସ୍ ଓ ହାର୍ଟ ପାଖରେ ଲାଗିଥିବାରୁ କେମିତି ଅପରେସନ୍ କରାଯିବ ସେନେଇ ଚିନ୍ତାରେ ଥିଲେ ପରିବାର ଲୋକେ । ଗତ ଜାନୁଆରୀ ୧୩ ତାରିଖରୁ ସେ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ । ୪ ଥରର କେମୋ ପରେ ଏବେ ବିରଳ ଅସ୍ତ୍ରୋପଚରା କରାଯାଇଛି । ପ୍ରାୟ ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ଅପରେସନ୍ କରାଯାଇଥିଲା ।